ନର୍ଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ ଯୋଜନା ଘରେ ଘରେ ପହଞ୍ଚିବ -ହମେଶ ଜୈନ, ବରିଷ୍ଠ ବିଜେଡି ନେତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବିଜେଡି ତରଫରୁ ଅକ୍ଟୋବର ୨ ସୋମବାର ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନଙ୍କ ନେତୃତ୍ବରେ ନର୍ଲାରୋଡ ହନୁମାନ ମନ୍ଦିର ଛକରୁ ସର୍ଗିଗୁଡା ରେଳବାଇ ଫାଟକ ଛକ ଯାଏଁ ଅନୁଷ୍ଠିତ ହୋଇଯାଇଛି ଜନସମ୍ପର୍କ ପଦଯାତ୍ରା । ହନୁମାନ ମନ୍ଦିରରେ ପୂଜାପାଠ ପରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଧୂପ, ଦୀପ ଦେଇ ନାରୀକେଳ ଭାଙ୍ଗି ପୂଷ୍ପାଞ୍ଜଳି ଦେବାପରେ ବିଜେଡି ନିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ପ୍ରଭୃତି ନାରା ଦେଇ ଥିଲେ । ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ଯୁବ ନେତା ନର୍ଲା ପଞ୍ଚାୟତ ବିଜେଡି ସଭାପତି କିଶୋର ମାଝୀ, ଅର୍ଜ୍ଜନ ପଧାନ, ପୂର୍ଣ୍ଣଚନ୍ଦ୍ର ପୂଝାରୀ, ବରିଷ୍ଠ ବିଜେଡି ନେତା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୌତୁକ ଖମାରୀ, ଚକ୍ରଧର ଗୌଡ଼, ଆଶିଷ ମାଝୀ, ଆଶିଷ ରାଉତ, ପ୍ରଶାନ୍ତ ଗୌଡ଼, ଘାସୀ ମାଝୀ, ମିଶନ ଶକ୍ତି ନର୍ଲା ବ୍ଲକ ସଭାନେତ୍ରୀ ସଂଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ମିନୁ ସାହୁ, ବିଜେଡି ନେତ୍ରୀ ପଙ୍କଜିନୀ ନାଏକ, ବଜରଙ୍ଗୀ ସ୍ବୟଂ ସହାୟକ ଗୋଷ୍ଠୀର ସନ୍ଧ୍ୟା ଗୌଡ଼ଙ୍କ ସମେତ ମିଶନ ଶକ୍ତିର ୩୦ରୁ ଉର୍ଦ୍ଧ୍ବ ସଦସ୍ୟା ଓ ଯୁବ ବିଜେଡି, ଛାତ୍ର ବିଜେଡି ସଦସ୍ୟ ମାନେ ପଦଯାତ୍ରାରେ ସାମିଲ ହୋଇଥିଲେ । ବ୍ଲକ ସଭାପତି ପରେଶ ପଧାନ ଓ କାର୍ଯ୍ୟକ୍ରମ ପରିଚାଳକ ଯୁବ ନେତା ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଚାରଣ କରିବା ବେଳେ ଗାନ୍ଧିଜୀଙ୍କ ଅହିଂସା ପଥରେ ବିଜେଡି ତା’ର ଯାତ୍ରା ଅଭିଯାନ ଜାରି ରଖିଛି । ସାଢ଼େ ଚାରି କୋଟି ଜନମାନସର ମହା ନାୟକ ଜନପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଏହି  ଯୋଜନା ସବୁ ପ୍ରତି ଗାଁରେ ପ୍ରତି ଘରେ କିଭଳି ପହଞ୍ଚିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହାପରେ ପଦଯାତ୍ରୀ ବିଜେଡି କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବରେ ଯାତ୍ରା କରିଥିଲେ । ଏମାନଙ୍କୁ ସ୍ୱଗାତ କରିବା ପାଇଁ ରାସ୍ତା ପାର୍ଶ୍ୱସ୍ଥ ଅନେକ ଗୃହ ପ୍ରାଙ୍ଗଣରେ ଝୋଟି ଦେଇ କଳସ ସ୍ଥାପନା କରାଯାଇଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.