ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ବିତୀୟ ପ୍ରଧାନ ମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟର ଭାରତ ସ୍କାଉଟ୍ ଓ ଗାଇଡର ରୋଭର୍ ରେଞ୍ଜର ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପ୍ରବୀର କୁମାର ରାୟ ଓ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗ ଦେଇ ବାପୁଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଛାତ୍ର-ଛାତ୍ରୀ ମାନଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇ ଥିଲେ। ଏହି ଅବସରରେ ଭାରତ ସ୍କାଉଟ୍ ଓ ଗାଇଡର ରୋଭର୍ ଲିଡର ସନ୍ତୋଷ କୁମାର ବାରିକଙ୍କ ନେତୃତ୍ୱରେ ଛାତ୍ର-ଛାତ୍ରୀମାନେ ସର୍ବଧର୍ମ ପ୍ରାର୍ଥନା କରିବା ସହ ମହାବିଦ୍ୟାଳୟ ଓ ସ୍ଥାନୀୟ ଚିକିତ୍ସାଳୟ ପରିସରରେ ସଫେଇ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.