ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ନିଜର ନାର୍ଯ୍ୟ ଦାବୀ ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନୱାଡି କର୍ମୀ। ରାଜ୍ୟ ସରକାର ଏମାନଙ୍କ ଦାବୀ ପ୍ରତି କର୍ଣ୍ଣପାତ କରୁନଥିବାରୁ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଅଲ ଓଡିଶା ଅଙ୍ଗନୱାଡି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚା ଆହ୍ଵାନରେ ଅନୁଷ୍ଠିତ ହୋଇଛି ବିଶାଳ ବିକ୍ଷୋଭ ସମାବେଶ। ଏଥିରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ପଶ୍ଚିମ ଓଡିଶାରୁ ହଜାର ହଜାର ସଂଖ୍ଯାରେ ଅଙ୍ଗନୱାଡି କର୍ମୀ ଓ ସହାୟିକା ମଧ୍ୟ ଉପସ୍ଥିତ ଅଛନ୍ତି। ସରକାର ଦାବୀ ପୂରଣ ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ସୂଚନା ରହିଛି। ତେବେ ବିଶେଷକରି ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ଅଙ୍ଗନୱାଡି କର୍ମୀ ମାନଙ୍କ ଦାବୀ ସରକାର ଶିଘ୍ର ପୂରଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।