ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ପୋଲିସ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସାଇବର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ତହସିଲଦାର ମିଳନ କୁମାର ଝାଙ୍କର, କର୍ଲାମୁଣ୍ଡା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ରାଜେଶ ପ୍ରସାଦ ହିଆଁଲ, ବିଧାୟକ ପ୍ରତିନିଧି ଦୀନବନ୍ଧୁ ସାହୁ, ସାଇବର ସେଲ ଥାନା ଆଇଆଇସି ସ୍ନିଗ୍ଧା ରାଣୀ ସୁନା, ମ.ରାମପୁର ଥାନା ଅଧିକାରୀ ସୁଦର୍ଶନ ନାଏକ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ରିଜର୍ଭ ଇନିସିପେକ୍ଟର ଏସକେ ବଳିୟାର ସିଂ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପାଶା ପ୍ରମୁଖ ଯୋଗ ଦେଇ ସାଇବର ଅପରାଧରୁ କିଭଳି ସୁରକ୍ଷା ମିଳିପାରିବ ସେ ଦିଗରେ ଆଲୋଚନା କରିବା ସହ ସଚେତନତା ସୃଷ୍ଟି କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସାଇବର ଠକେଇ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଵା ସୁଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।