ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ଅନ୍ତର୍ଗତ ସଂକଳ୍ପ ସପ୍ତାହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭବ ର ଅନ୍ତର୍ଗତ ସଂକଳ୍ପ କାର୍ଯ୍ୟକ୍ରମ ଅବସରରେ ଏକ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ରୋଗୀ ମାନଙ୍କର ରକ୍ତ ହୀନତା, ଉଚ୍ଚ ରକ୍ତଚାପ, ମଧୁମେହ, ଯକ୍ଷ୍ମା ତଥା ଗର୍ଭବତୀ ମା ମାନଙ୍କର ପରୀକ୍ଷା କରାଯାଇ ଚିକିତ୍ସା କରାଯାଇଥିଲା l ସମସ୍ତଙ୍କୁ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ପରାମର୍ଶ ଦେବା ସହିତ ମାଗଣା ଔଷଧ ବିତରଣ କରାଯାଇଥିଲା l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମ.ରାମପୁରର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ସବ୍ୟସାଚୀ ପାଢ଼ୀ, ମଦନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡ଼ା.ଲୋକନାଥ ସାହୁ ସମସ୍ତ ରୋଗୀ ମାନଙ୍କୁ ପରାମର୍ଶ ଦେଇ ଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ା. ଆଶିଷ କୁମାର ଧରୁଆ ସମୁଦାୟ ୬୨ ଜଣ ଗର୍ଭବତୀ ମହିଳାଙ୍କୁ ପରାମର୍ଶ ସହିତ ଚିକିତ୍ସା ପ୍ରଦାନ କରିଥଲେ l ଏହି ସ୍ବାସ୍ଥ୍ୟ ମେଳାରେ ସମୁଦାୟ ୩୨୨ ଜଣ ରୋଗୀ ଉପକୃତ ହୋଇଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ସ୍ବାସ୍ଥ୍ୟ ମେଳା ପରିଦର୍ଶନ କରି ରୋଗୀ ମାନଙ୍କୁ ଓ ସ୍ବାସ୍ଥ୍ୟ ବିଭାଗ ତଥା ଓଡ଼ିଶା ସରକାର ଓ ଭାରତ ସରକାରଙ୍କୁ ଧନ୍ୟବାଦ୍ ଜଣେଇ ଥିଲେ l ଏହି କାର୍ଯ୍ୟକ୍ରମକୁ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର, ବି.ପି.ଏମ ସନ୍ଦୀପ ସିଂ, ଭି.ବି.ଡି.ଟି.ଏସ୍ ଜ୍ଞାନେନ୍ଦ୍ର ଭୋଇ, ବି. ଡି. ଏମ ଫକୀର ପାଢ଼ୀ, ଏସ. ଟି. ଏସ ଟୁକୁନୁ ସାହୁ, ଏସ. ଟି. ଏଲ୍.ଏସ ଶ୍ରୀନିବାସ ଆଚାରୀ, ପରିଦର୍ଶକ ଅଶୋକ ପାତ୍ର, ଫାର୍ମାସିଷ୍ଟ ଗୋପାଳ ଭୋଇ ଓ ସନ୍ତୋଷ ମିଶ୍ର ତଥା ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପରିଚାଳନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.