ଯାଦବ ମହାସଭା ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଟକ: ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରାଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର କୋଣ ଅନୁକୋଣରେ ଥିବା ଯାଦବ ସଂଗଠନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇ ସ୍ୱଚ୍ଛ ଭାରତ ଅଭିଯାନର କାର୍ଯ୍ୟକ୍ରମ ଚାଲିଅଛି। ଏହି ପରିପ୍ରେକ୍ଷୀରେ ୪୨ମୌଜା ଯାଦବ ମହାସଭା ପକ୍ଷରୁ ପଟଣା ଠାରେ ଥିବା ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଛି। ପରେ ପରେ ବହଳପଡା-ଵନ୍ତୁଣିଆ ସ୍ଥିତ ୪୨ମୌଜା ଯାଦବ ମହାସଭା କାର୍ଯ୍ୟାଳୟ ଲଙ୍ଗୁଳି ମଠ ପରିସରକୁ ପରିଷ୍କାର କରି ସମ୍ପୂର୍ଣ୍ଣ ସ୍ୱଚ୍ଛ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯାଦବ ମହାସଭା ଉପସଭାପତି ବିନୋଦ ବେହେରା, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ କୁମାର ବେହେରା, କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା, ମାର୍ଗଦର୍ଶକ ବରିଷ୍ଠ ସାମ୍ବାଦିକ ଡଃ ଚିତ୍ତରଞ୍ଜନ ବେହେରା, ମିଡ଼ିଆ ରିପୋର୍ଟର ପର୍ଶୁରାମ ବେହେରା, ମନୋଜ କୁମାର ବେହେରା, ଆନନ୍ଦ ବେହେରା, ଶଙ୍କର ବେହେରା, ଯଶୋବନ୍ତ ପଲେଇ, ସୁଶାନ୍ତ କୁମାର ବେହେରା, ଆଶିଷ କୁମାର ବେହେରା, ସନ୍ତୋଷ କୁମାର ବେହେରା, ରବୀନ୍ଦ୍ର କୁମାର ବେହେରା, ସିଦ୍ଧାର୍ଥ ବେହେରା, ପ୍ରଭାତ କୁମାର ବେହେରା ଓ ଟୁଟନ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.