ଆଶା କର୍ମୀଙ୍କ ମୃତ୍ୟୁରେ ସ୍ମୃତି ଚାରଣ ସଭା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ପୂର୍ବାହ୍ନ ୧୧ ଘଂଟିକା ସମୟରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପୁରୁଷୋତ୍ତମପୁର ବ୍ଲକ କମିଟି (ଭାରତୀୟ ମଜ଼ଦୁର ସଂଘ ଅନୁବନ୍ଧିତ) ଦ୍ୱାରା ପୁରୁଷୋତ୍ତମପୁର ଏନଏସି . ଆଶାକର୍ମୀ
ସ୍ବର୍ଗତା ବିଷ୍ଣୁ ପ୍ରିୟା ବେହେରାଙ୍କ ସ୍ମୃତିରେ (ଯିଏ କି ଗତ ସେପ୍ଟେମ୍ବର ୨୬ ମଙ୍ଗଳବାର ଦିନ ବ୍ରେନ ଷ୍ଟ୍ରୋକ ରେ ମୃତ୍ୟୁ ବରଣ କରିଥିଲେ) ଶ୍ରଦ୍ଧାଞ୍ଜଳି ସହ ପଦ ଯାତ୍ରା କରି ସ୍ବର୍ଗତା ବିଷ୍ଣୁ ପ୍ରିୟା ଦିଦିଙ୍କ ବାସଭବନ ସମ୍ମୁଖରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଗଞ୍ଜାମ ଜିଲ୍ଲା ବି ଏମ ଏସ ପ୍ରଭାରୀ ବିଜୟ କୁମାର ପାତ୍ର, ବିଏମଏସ ଜିଲ୍ଲା ସଭାପତି ନାରାୟଣ ସାବତ, ବିଏମଏସ ଜିଲ୍ଲା ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ଆଶାକର୍ମୀ ସଂଘ ପ୍ରଭାରୀ ମଧୁସୂଦନ ମହାପାତ୍ର, ଜିଲ୍ଲା ଆଶାକର୍ମୀ ସଂଘ ସଭାନେତ୍ରୀ ରେଣୁବାଳା ସାହୁ, ସମ୍ପାଦିକା ବବିତା ରାଉତ, କୋଷାଧ୍ୟକ୍ଷା ସସ୍ମିତା ପାଢ଼ୀ ତଥା ପ୍ରାୟ ସମସ୍ତ ବ୍ଲକର ସଭାନେତ୍ରୀ, ସମ୍ପାଦିକା, ତଥା ସେକ୍ଟର ମୁଖ୍ୟଙ୍କ ସହିତ ପୁରୁଷୋତ୍ତମପୁର ବ୍ଲକ ତଥା ଏନଏସିର ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ପୁରୁଷୋତ୍ତମପୁର ବ୍ଲକ ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡା, ସମ୍ପାଦିକା ପ୍ରମୋଦିନୀ ଦୋରା ବ୍ଲକ ଆଶାକର୍ମୀଙ୍କ ସହଯୋଗରେ ସମ୍ପାଦନ କରିଥିଲେ l ପ୍ରାୟ ଆସିଥିବା ସମସ୍ତ ବ୍ଲକର ସଭାନେତ୍ରୀ ଆଶାକର୍ମୀଙ୍କ ଠାରୁ ଆର୍ଥିକ ସାହାଯ୍ୟ ଗ୍ରହଣ କରି ଏବଂ ନିଜ ଆର୍ଥିକ ସାହାଯ୍ୟକୁ ମିଶେଇ ବିଷ୍ନୁପ୍ରିୟା ଦିଦିଙ୍କ ନାବାଳିକା ଝିଅ ଓ ନାବାଳକ ପୁଅଙ୍କୁ ବିଷ୍ଣୁ ପ୍ରିୟା ଦିଦିଙ୍କ ଭାଇ ତଥା ମା’ଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ l ପ୍ରଭାରୀ ବିଜୟ ଭାଇ, ତଥା ଅନ୍ୟମାନେ ତାଙ୍କ ବକ୍ତବ୍ୟରେ ମୋଟା ମୋଟି ଗୋଟିଏ କଥା କହିଲେ ଅନାଥ ଶିଶୁ ଙ୍କୁ ଥଇଥାନର ବ୍ୟବସ୍ଥା କରାଯାଉ କାରଣ ଗତ କୋଭିଡ ରେ ବିଷ୍ନୁପ୍ରିୟା ଦିଦିଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିସାରିଥିଲେ l ଏବଂ ଆଉ ଗୋଟିଏ କଥା ଆଶାକର୍ମୀମାନେ କାମ ଅନୁସାରେ ସଠିକ ପ୍ରାପ୍ୟ ନ ପାଇବା ଯୋଗୁଁ ଆର୍ଥିକ କଷ୍ଟ ତଥା ମାନସିକ ଚାପ ଗ୍ରସ୍ତ ହୋଇ ପରିବାର ନ ଚଳେଇ ପାରି ବ୍ରେନ ତଥା ହାର୍ଟ ଷ୍ଟ୍ରୋକ ରେ ମୃତ୍ୟୁ ବରଣ କରୁଛନ୍ତି ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.