ଲକ୍ଷ୍ମୀ ବସ ଯୋଜନା ପାଇଁ ନର୍ଲାରେ ବସଷ୍ଟାଣ୍ଡ ଭୁମି ପୂଜନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗ୍ରାମାଞ୍ଚଳ ଗୁଡିକୁ ବସ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନୂତନ ଲକ୍ଷ୍ମୀ ବସ ସେବା ଯୋଜନା ନିର୍ବାଚନ ପୂର୍ବରୁ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେଉଛି ବସଷ୍ଟାଣ୍ଡ । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା, ଭୀମକେଲା, ଗିଗିନା, ଟକର୍ଲ।, ଶାନ୍ତପୁର, କୁରମେଲ, ଗାଡେବନ୍ଧର ଗୁଣ୍ଡୁରୀ, ମୁସ୍କୁଟି କଲେଜ ଛକ ପ୍ରମୁଖ ସ୍ଥାନ ଗୁଡିକରେ ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଆଜି ଭୂମି ପୂଜନ କରାଯିବବା ସହ ଲେ ଆଉଟ ଦିଆଯାଇଛି । ଏହି କ୍ରମରେ ସର୍ଗିଗୁଡା ଗ୍ରାମ ପଚାୟତର ଭବାନୀପାଟଣା- ଭୁବନେଶ୍ୱର ରାଜ୍ୟ ରାଜପଥ ପାର୍ଶ୍ୱସ୍ଥ କେନ୍ଦୁଲିଫ ଅଫିସ ସାଇଡ଼ରେ, ବାଗପୁର ଗ୍ରାମ ପଂଚାୟତ ଅଫିସ ପାର୍ଶ୍ଵରେ ନର୍ଲା ବ୍ଲକ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆଙ୍କ ଉପସ୍ଥିତିରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଧୂପ ଦୀପ ଦେଇ ନାରୀକେଳ ଭାଙ୍ଗି ଭୂମିପୂଜନ କରିଥିଲେ । ବସଷ୍ଟାଣ୍ଡ ନିମନ୍ତେ ଚିହ୍ନଟ ହୋଇଥିବା ଜାଗାରେ ନର୍ଲା ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଯୁକ୍ତା ପାଣି ଲେ-ଆଉଟ ଦେଇଥିଲେ । ସେହିଭଳି ବାଗପୁର ଗ୍ରାମ ପଞ୍ଚାୟତ ପାର୍ଶ୍ଵରେ ସରପଞ୍ଚ ଗୋପାଳ ହାତୀଙ୍କ ଉପସ୍ଥିତିରେ ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଭୂମି ପୂଜନ କରିଥିଲେ। କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ପାଣି ମାପଜୁପ କରି ବସ ଷ୍ଟାଣ୍ଡନିର୍ମାଣ ପାଇଁ ଲେ ଆଉଟ ଦେଇଥିଲେ । ଉପରୋକ୍ତ ଅନ୍ୟ ଗ୍ରାମ ପଞ୍ଚାୟତ ଅଞ୍ଚଳ ଗୁଡିକରେ ମଧ୍ୟ ସ୍ଥାନୀୟ ସରପଞ୍ଚ, ସମିତି ସଦସ୍ୟ/ସଦସ୍ୟା ଓ ୱାର୍ଡ ସଭ୍ୟ ମାନଙ୍କ ଉପସ୍ଥିତିରେ ଭୂମି ପୂଜନ ଅନୁଷ୍ଠିତ ହୋଇ ଲେ ଆଉଟ ଦିଆଯାଇଥିଲା । ବ୍ଲକର ଅନ୍ୟ ଗ୍ରାମ ପଞ୍ଚାୟତ ଗୁଡିକରେ ମଧ୍ୟ ପର୍ଯ୍ୟାୟକ୍ରମେ ଏହି ଦୁଇ ଦିନ ମଧ୍ୟରେ ଭୂମି ପୂଜନ ହୋଇ ଲକ୍ଷ୍ମୀ ବସ ଯୋଜନା ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବସଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ ହେବ ବୋଲି ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.