ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା-ମୁସ୍କୁଟି ଯୁବରେଡକ୍ରସ ଶାଖା ପକ୍ଷରୁ ସଡକ ସୁରକ୍ଷା ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା-ମୁସ୍କୁଟି ଯୁବରେଡକ୍ରସ ଶାଖା ପକ୍ଷରୁ ସଡକ ସୁରକ୍ଷା ଓ ସାଇବର ନିରାପତ୍ତା ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଆଦର୍ଶ ଥାନା  ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର, ସମ୍ମାନୀତ ଅତିଥି ଭାବେ  ଏଏସଆଇ ଅନୁପ କୁମାର ଶତପଥୀ, ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ମମତା ମଜଂରୀ ପ୍ରଧାନ, ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ କାଳୀଚରଣ ମହାପାତ୍ର,  ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଉପେନ୍ଦ୍ର ଭୋଇ, କ୍ରୀଡ଼  ଶିକ୍ଷକ ନାରାୟଣ ନାଏକ ପ୍ରମୁଖ ଯୋଗଦେଇ ସାଇବର ଠକେଇରୁ ରକ୍ଷା ପାଇବା ନିମନ୍ତେ ସଚେତନତା ହିଁ ଏକ ମାତ୍ର ଉପାୟ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ତଥା ବରିଷ୍ଠ ଇତିହାସ ଅଧ୍ୟାପକ ସୁଧିର କୁମାର ପଣ୍ଡା ସଂଯୋଜନା କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୫୦ଜଣ ଛାତ୍ରଛାତ୍ରୀ ତଥା   ମହାବିଦ୍ୟାଳୟର ଯୁବରେଡକ୍ରସ ସ୍ବେଚ୍ଛାସେବୀମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ମମତା ମଂଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.