ବସ୍ତିବାସିନ୍ଦାଙ୍କ ସହ ଜିଲ୍ଳାପାଳଙ୍କ ଗୁୁରୁତ୍ୱପୂର୍ଣ୍ଣ ବୈଠକ

ରେଳବାଇର ଜବରଦଖଲ ଜାଗା ଛାଡ, ଯୋଗାଇ ଦିଆଯିବ ସରକାରୀ ଜାଗାରେ ଘର ପଟ୍ଟା :ଜିଲ୍ଳାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦକ୍ଷିଣ ପୂର୍ବ ରେଳବାଇ ଜାଗାକୁ ଜବରଦଖଲ କରି ରହି ଆସୁଥିବା ରାୟଗଡାର ବସ୍ତିବାସିନ୍ଦା ଓ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ମଧ୍ୟରେ ଆଜି ସଂଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ପୈାରସଂସ୍ଥା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ତହସିଲଦାର ପ୍ରୀୟଦର୍ଶନୀ ସ୍ୱାଇଁ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡିର ରାଜ୍ୟ ଉପସଭାପତି ଏନ୍. ଭାଷ୍କର ରାଓ, ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡା, ନିର୍ବାହୀ ଅଧିକାରୀ ୟାଶିର ବିଲାଲ ଅହମ୍ମଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବୈଠକରେ ରେଳବାଇର ଜବରଦଖଲ ଜାଗାକୁ ଛାଡିବାକୁ ବାଧ୍ୟ ବୋଲି ଜିଲ୍ଳାପାଳ ବସ୍ତିବାସିନ୍ଦାଙ୍କୁ ଜଣାଇଥିବା ବେଳେ ଜାଗା ମିଶନ୍ ଯୋଜନା ଅନୁଯାୟୀ ଜିଲ୍ଳା ପ୍ରଶାସନ ଅଧିନରେ ଥିବା ସରକାରୀ ଜାଗାରେ ସମସ୍ତ ପ୍ରକାର ମୈାଳିକ ସୁବିଧା ସହ ଘର ପଟ୍ଟା ଯୋଗାଇ ଦିଆଯିବ ବୋଲି କହିଥିଲେ । ଯାହାକୁ ନେଇ ଉପସ୍ଥିତ ବସ୍ତିବାସିନ୍ଦାମାନେ ଖୁସିି ପ୍ରକଟ କରିଥିବା ବେଳେ ଯଥାଶୀଘ୍ର ଥଇଥାନ ବ୍ୟବସ୍ଥା କରିବା ପାଇଁ ଜିଲ୍ଳାପାଳଙ୍କୁ ଅନୁରୋଧ କରିଥିଲେ । ରାୟଗଡା ତହସିଲ ପକ୍ଷରୁ ରାୟଗଡା ପୈାରାଂଚଳରେ ଥିବା ଚେକାଗୁଡା ମୈାଜାର ୫ଏକର, ତୁମ୍ବିଗୁଡା ମୈାଜାର ୨.୪୭ଏକର, ରାମଚନ୍ଦ୍ରପୁର ମୈାଜାର ୧୦ଏକର, ରାଣୀଗୁଡା ମୈାଜାର ୧୩.୯୫ ଏକର ଏବଂ ରାୟଗଡା ମୈାଜାର ୨୧.୯୦ଏକର ଭଳି ୫ଟି ସ୍ଥାନରେ ବସ୍ତିବାସିନ୍ଦାଙ୍କ ଥଇଥାନ ନିମନ୍ତେ ସରକାରୀ ଜମି ଚିହ୍ନଟ କରାଯାଇଛି ।

ରାୟଗଡା ରେଳବାଇ ଜାଗାରେ ପୈାରାଂଚଳର ଭୀମା ସାହି, ଡିଏଫଓ କଲୋନୀ, ରେଳବାଇ ଗୁଡ୍‌ସେଡ୍ କଲୋନୀ , ଜାଗିଲି ସାହି, ଝୋଡିଆ ସାହି, ଜେଏସକୋ ନୂଆସାହି, କୋଇଲାପଡା, ମଝିଗୈାରୀ ଏବଂ ବଙ୍ଗାଳୀ ସାହି,ସ୍ୱିପର୍ସ କଲେନୀ,ଅଣ୍ଡରଗ୍ରାଉଣ୍ଡ ଅଂଚଳ ସମେତ ରେଳବାଇ ଲାଇନ ଭଳି ୧୧ଟି ସ୍ଥାନରେ ଥିବା ବସ୍ତିରେ ୮୭୨ଟି ପରିବାର ବସବାସ କରୁଛନ୍ତି । ରାୟଗଡାରେ ନୂତନ ରେଳ ଡିଭିଜନ୍ କାର୍ଯ୍ୟକ୍ଷମ କରିବା ପାଇଁ ଡିଭିଜନ୍ ସ୍ଥାପନା କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଉଛି । ତେବେ ରେଳବାଇ ଅଧିନସ୍ଥ ଜାଗାଗୁଡିକରେ ଗଢି ଉଠିଥିବା ବସ୍ତିକୁ ଉଚ୍ଛେଦ କରିବା ପାଇଁ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ ସମୟ ଧରି ରେଳବାଇ ବିଭାଗ ପକ୍ଷରୁ ବସ୍ତିବାସିନ୍ଦାମାନଙ୍କୁ ନୋଟିସ ପ୍ରଦାନ କରାଯାଉଥିବା ସହ ଅନେକ ବସ୍ତି ଅଂଚଳରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ତେବେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି ଉଠିବାରୁ ଜିଲ୍ଳା ପ୍ରଶାସନ ପକ୍ଷରୁ ରାୟଗଡା ପୈାରାଂଚଳ ବାହାରେ ଥିବା ପିତାମହଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଦୁଇଟି ସ୍ଥାନରେ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ପୈାରାଂଚଳରେ ରହି ଦିନ ମଜୁରିଆ ତଥା ଶ୍ରମିକ ଭାବେ କାର୍ଯ୍ୟ କରି ନିଜର ପରିବାର ଭରଣ ପୋଷଣ କରୁଥିବା ବେଳେ ପୈାରାଂଚଳରୁ ବାହାରକୁ ଯାଇ ରହିବା ଦ୍ୱାରା ସେମାନେ ନିଜର କାମ ହରେଇବା ସହ ରୋଜଗାରରେ ମଧ୍ୟ କ୍ଷତି ସହିବେ । ତେଣୁ ପୈାରାଂଚଳରେ ହିଁ ଥିବା ସରକାରୀ ଜାଗାରେ ଥଇଥାନ କରିବା ପାଇଁ ବସ୍ତିବାସିନ୍ଦା ଦାବି କରି ଆସୁଥିଲେ ।

ବସ୍ତିବାସିନ୍ଦାଙ୍କ ଦାବିକୁ ପୂରଣ ପାଇଁ ବିଜେପି ନଗର ସଭାନେତ୍ରୀ ତଥା କାଉନସିଲର ଶ୍ରୀମତି ମଂଜୁଳା ମିଣିଆକାଙ୍କ ସମେତ ଅନ୍ୟମାନେ ମଧ୍ୟ ପ୍ରଶାସନ ପାଖେ ଦାବି କରି ଆସୁଥିଲେ । ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ପ୍ରଶାସନ ସହ ଅନେକ ସମୟରେ ଆଲୋଚନା କରିବା ପରେ ଶେଷରେ ଜିଲ୍ଳାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସରକାରୀ ଜାଗା ଚିହ୍ନଟ କରାଯାଇ ଥଇଥାନ ବ୍ୟବସ୍ଥାକୁ ତ୍ୱରାନ୍ନିତ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲ ଓ ପୈାର କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.