ବୃନ୍ଦାବାହାଲ ଛକ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ୍: ଜଣେ ମୃତ, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଶନିବାର ସକାଳୁ ସକାଳୁ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ଛକ ନିକଟରେ ସ୍କୁଟିକୁ ଟ୍ରକ୍ ଧକା ଦେବା ଫଳରେ ଘଟଣା ସ୍ଥଳରେ ଜଣ କର ମୃତ୍ୟୁ ଘଟି ଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି l ମୃତକ ହେଉଛନ୍ତି ଜୟପାଟଣା ଥାନା ଟେମରା ଗାଁର ମିନାକ୍ଷୀ ନାଏକ ( ୧୭) ଓ ଗୁରୁତର ହେଉଛନ୍ତି ହେମରାଜ ନାଏକ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଟି ଘଟଣା ସ୍ଥଳରୁ ଚଂପଟ ମାରିଥିବା ବେଳେ ଗୋଲାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.