ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ଛକ ନିକଟରେ ସ୍କୁଟିକୁ ଟ୍ରକ୍ ଧକା ଦେବା ଫଳରେ ଘଟଣା ସ୍ଥଳରେ ଜଣ କର ମୃତ୍ୟୁ ଘଟି ଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି l ମୃତକ ହେଉଛନ୍ତି ଜୟପାଟଣା ଥାନା ଟେମରା ଗାଁ ର ମିନାକ୍ଷୀ ନାଏକ (୧୭) ଓ ଗୁରୁତର ହେଉଛନ୍ତି ହେମରାଜ ନାଏକ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଟି ଘଟଣା ସ୍ଥଳରୁ ଚଂପଟ ମାରିଥିବା ବେଳେ ଗୋଲାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅପରକ୍ଷରେ ଉକ୍ତ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥନୀୟ ଲୋକ । ଧର୍ମଗଡ -ସିନାପାଲି ବିଜୁ ଏକ୍ସପ୍ରେସ ରାସ୍ତା ବୃନ୍ଦାବାହାଲ ଠାରେ ଅବରୋଧ କରିବାରୁ ଯାତାୟାତ ଠପ ହୋଇପଡିଛି । ଖବର ଲେଖିଲା ବେଳକୁ ରାସ୍ତାରୋକ ଜାରି ରହିଥଲା ।






