ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି l ପ୍ରଥମେ ସ୍ଥାନୀୟ ମଣ୍ଡପ ପରିସରରେ ସହରର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇଥିଲେ l ଏହାପରେ ଘଣ୍ଟବାଜା ଦ୍ୱାରା ଏକ ଶୋଭାଯାତ୍ରା ବାହାରି ନୂଆଁବନ୍ଦକୁ ପହଂଚିଥିଲେ l ସେଠାରେ ମୁଖ୍ୟ ପଣ୍ଡିତ ରାଧାକାନ୍ତ ତ୍ରିପାଠୀଙ୍କ ତତ୍ତ୍ୱବଧାନରେ ପଣ୍ଡିତ ବିକ୍ରମ ମିଶ୍ର, କିରଣ ମିଶ୍ର, ନବଘନ ଷଡ଼ଙ୍ଗୀ, ମାନସ ମିଶ୍ର, ସୁରେନ୍ଦ୍ର ମିଶ୍ର ଓ ସାଧୁଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ l ଏଥିରେ କପିଳ ଅଗ୍ରୱାଲ ଓ ତାଙ୍କ ପତ୍ନୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଏହି ବର୍ଷ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ରଜତ ଜୟନ୍ତୀ ପାଳନ କରୁଥିବାରୁ ସହର ଚଳଚଞ୍ଚଳ ହୋଇପଡିଛି l ଉକ୍ତ ସମୟରେ ଅପେରା, କଂସ ଦରବାର, ସଂଗୀତ ସମାରୋହ, ଡାନ୍ସ ପ୍ରତିଯୋଗିତା ସାଙ୍ଗକୁ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିତରଫରୁ ଜଣାପଡିଛି l ଉକ୍ତ କଳସ ଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ରୌପ୍ୟ ଜୟନ୍ତୀ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ, ସମ୍ପାଦକ ସୁବୋଧ ମିଶ୍ରଙ୍କ ସମେତ ସହରର ମହିଳା, ପୁରୁଷ ଓ କମିଟି କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ l