କଳାହାଣ୍ଡି କୁରାଳ ସମାଜ ପକ୍ଷରୁ ନୂଆଖାଇ ଭେଟଭାଟ-୨୦୨୩ ଆୟୋଜିତ

ମାଟିକଳା ବୋର୍ଡ ଗଠନ ପାଇଁ ଉଠିଲା ଦାବି

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): କୁମ୍ଭାର ଜାତି ଏକ ଐତିହ୍ୟ ସମ୍ପନ୍ନ ଜାତି । ଏହି ଜାତିର ମାଟିଶିଳ୍ପ ସମଗ୍ର ପୃଥିବୀକୁ ଆହାର ଯୋଗାଇବା ପାଇଁ ସର୍ବଦା ସମର୍ଥ ହୋଇପାରିଛି। ତେବେ ବର୍ତ୍ତମାନ ସମୟରେ କୁମ୍ଭାରମାନଙ୍କ କୌଳିକ ବୃତ୍ତିର ସୁରକ୍ଷା, ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ କୌଣସି ଆଖିଦୃଶିଆ ଯୋଜନା ହୋଇପାରୁନାହିଁ। ତେଣୁ ଏ ଦିଗରେ ସରକାର ସକାରାତ୍ମକ ପଦକ୍ଷେପ ନେବା ସମୟ ଆସିଯାଇଛି। ଏଥିପାଇଁ ମାଟିକଳା ବୋର୍ଡ ଗଠନ କରିବାକୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସଦର ବ୍ଲକ ଅନ୍ତର୍ଗତ ଭଙ୍ଗବାରୀ ଗ୍ରାମ ଫଟାଢୁଲେନ ମଞ୍ଚରେ କଳାହାଣ୍ଡି ଜିଲ୍ଲା କୁରାଳ ସମାଜ ପକ୍ଷରୁ ନୂଆଖାଇ ଭେଟଭାଟ -୨୦୨୩ ଆୟୋଜିତ ହୋଇଯାଇଛି। ଜିଲ୍ଲା କୁରାଳ ସମାଜ ସଭାପତି କେଦାରନାଥ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ମୁଖ୍ୟବକ୍ତା ଭାବେ ଅଷ୍ଟଚକ୍ର କ୍ଷେତ୍ର ସଂଯୋଜକ ରଶ୍ମିରଞ୍ଜନ ମୁଦୁଲି, ସମ୍ମାନୀତ ଅତିଥି ନୂଆପଡ଼ା ସଭାପତି ରାଧେଶ୍ୟାମ ରଣା, ନବରଙ୍ଗପୁର ସଭାପତି ଅରୁଣ ପ୍ରସନ୍ନ ନାଏକ, କେନ୍ଦୁଝର ସଭାପତି ଗୋପାଳ ପ୍ରଜାପତି, କେନ୍ଦ୍ରାପଡ଼ା ସଭାପତି ବିଷ୍ଣୁଚରଣ ବେହେରା, ଯାଜପୁର ସଭାପତି ରାମଚନ୍ଦ୍ର ସାହୁ, ମାଲକାନଗିରି ସଭାପତି ଅଭିନ୍ନ ନାଏକ, ମୟୂରଭଞ୍ଜର ସଭାପତି ସହଦେବ ବେହେରା, ସମ୍ବଲପୁର ସଭାପତି ହରିହର ରଣା, କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ବୀରକିଶୋର ରଣା ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମାଜର ପ୍ରତିଭା ଓ ସଂଗଠକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଶ୍ରୀ ରଣା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସଂପାଦକୀୟ ବିବରଣୀ ପାଠ କରିଥିଲେ ସାଧାରଣ ସମ୍ପାଦକ ବୀରକିଶୋର ରଣା । ଯୁବ ଗାଳ୍ପିକ ଡିଲେଶ୍ୱର ରଣା ମଞ୍ଚ ପରିଚାଳନା କରିଥିଲେ ଓ ସମ୍ବର୍ଦ୍ଧନା ପର୍ବକୁ ସଞ୍ଚାଳନ କରିଥିଲେ ଯୁବକବି ଯୁଧିଷ୍ଠିର ମୁଦୁଲି। ପରେ ବିଭିନ୍ନ ସାଂସ୍କୃତିକ ଦଳମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହାକୁ ପରିଚାଳନା କରିଥିଲେ ହଜାରି ରଣା। ଜିଲ୍ଲାର କୋଣ ଅନୁକୋଣରୁ ତିନି ହଜାରରୁ ଉର୍ଦ୍ଧ୍ଵ କୁମ୍ଭାର ସମାଜର ବ୍ୟକ୍ତିବିଶେଷ ଏକତ୍ରିତ ହୋଇଥିଲେ। ଏଥିରେ ଭବାନୀପାଟଣା ବ୍ଲକ ସଭାପତି ଦେବାର୍ଚ୍ଚନ ରଣା, ନର୍ଲା ବ୍ଲକ ସଭାପତି ଗଙ୍ଗାଧର ରଣା, ମଦନପୁର ରାମପୁର ବ୍ଲକ ସଭାପତି ହଳଧର ରଣା, ଗୋଲାମୁଣ୍ଡା ସଭାପତି ଉମାକାନ୍ତ ରଣା, ଜୁନାଗଡ ସଭାପତି ବଂଶୀଧର ରଣା, ଜିଲ୍ଲା ଉପସଭାପତି ଖଗେଶ୍ବର ରଣା, ଘନଶ୍ୟାମ ନାଏକ, କୋଷାଧ୍ୟକ୍ଷ ଲବକାନ୍ତ ରଣା, ଘାସିରାମ ରଣା, ଯୁଗଳ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଭଙ୍ଗାବାରୀ ଗ୍ରାମ୍ୟକମିଟି ତଥା ଜିଲ୍ଲା କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.