ଭଟାପଲାରେ କଳ୍କୀଆମ୍ମା ପୂଜା

କର୍ଲାମୁଣ୍ଡା/କେସିଙ୍ଗା,୧/୬ : ଆସ୍ଥା ଓ ବିଶ୍ବାସ ମନୁଷ୍ୟକୁ ଧର୍ମଧାରଣା ଭିତରେ ବାନ୍ଧି ରଖେ । ଇଶ୍ବରାନୁଗାମୀ ହେବାପାଇଁ ମନୁଷ୍ୟ ଗୁରୁ ଗ୍ରହଣ କରେ । ସନାତନ ଧର୍ମଧାରାରେ ଅନେକ ଗୁରୁଙ୍କ ଆବିର୍ଭାବ ହୋଇଥିବାବେଳେ ସେମାନଙ୍କ ଅନେକ ଅନୁଗାମୀ ରହିଛନ୍ତି । ଏହି ଅନୁକ୍ରମରେ ତାମିଲନାଡୁ ଠାରୁ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ କଳ୍କୀଆମ୍ମା ଭଗବାନ ଧମ୍ମ ଧାରା ଓଡିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତକୁ ପ୍ରଶାରିତ ହେଉଛି ।

Omkar Vasthu
Omkar Vasthu

ଧିରେ ଧିରେ ଲୋକଙ୍କ ଆସ୍ଥା ଓ ବିଶ୍ବାସ ପାଳଟିଛି ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ନୂତନ ଧର୍ମଧାରା

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ଭଟାପଳା ଧରଣୀପଡା ଠାରେ ବହୁଦିନ ଧରି  ଶ୍ରୀ କଳ୍କୀଆମ୍ମା ପୂଜା ଚଳିଆସୁଛି । ପୂଜକ ଭାବେ  ତପବନ୍ତ ଭୋଇ ଓ ଶ୍ରୀ ସତ୍ୟ ଭୋଇ ଙ୍କ ଦ୍ୱାରା ଏହା ଚଳିଆସୁଛି । ତପବନ୍ତ ତାଙ୍କ ପତ୍ନୀ ଙ୍କୁ କିଛି ରୋଗ ହୋଇଥିବାରୁ ସେ ଏକ ବାବାଙ୍କୁ ସାକ୍ଷାତ କରିବା ପରେ ତାଙ୍କ ପତ୍ନୀ ଙ୍କର ରୋଗ ମୁକ୍ତ ହୋଇଥିଲା ପରେ ତାଙ୍କୁ ସ୍ବପ୍ନ ହୋଇଥିଲା ଯେ ମୁ ତୁମ ଗ୍ରାମରେ ପୂଜାପାଇଁ ବି ସେହିଦିନ ଠାରୁ ଏହିପୂଜାଟି ଚାଲିଆସୁଛି । ଭକ୍ତ ମାନେ କହିଛନ୍ତି ଯେ ଯାହାର ମନସ୍କାମନା ପୂର୍ଣ୍ଣ ହେଲେ ସେ କିଛି ପାଳି ଶୁକ୍ରବାର ଦିନ ହିଁ ଆସନ୍ତି । ଉକ୍ତ ପୂଜାରେ ଟିଟୁ ନାଗ, ପବିତ୍ର ଭୋଇ, କ୍ଷୀରୋଦ୍ର ସାହୁ, ଝୁଂଟୁ ଭୋଇ, ବଳଦେବ ସାହୁ, ଦୂରନେ ଭୋଇ, କୌତୁକ ସାହୁ, ଧାରେନ୍ଦ୍ର ସାହୁ, ଚି଼ହ୍ନମୟ ସାହୁ ପ୍ରମୂଖ ସହଯୋଗ କରିଛନ୍ତି ।

କର୍ଲାମୁଣ୍ଡା ପ୍ରତିନିଧି ବାଳକୁମାର ସାହୁ ଓ କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.