୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ନେଇ ହେଲା ବିଧିବଦ୍ଧ ଘୋଷଣା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇଛି । ପୂର୍ବରୁ ଏହା ଘୋଷଣା କରାଯାଇଥିଲେ ମଧ୍ୟ ସୋମବାର ଏହାର ଔପଚାରିକତା ପୂରଣ କରାଯାଇଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ ସମେତ ଅନ୍ୟ ୫ଟି କ୍ରୀଡା ସାମିଲ ହେବ ବୋଲି ଆଇଓସି ଅଧ୍ୟକ୍ଷ ଥମାସ ୱାକ ଘୋଷଣା କରିଛନ୍ତି । ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ଶେଷ ଥର ପାଇଁ କ୍ରିକେଟ ଖେଳା ଯାଇଥିଲା । କ୍ରିକେଟ ବ୍ୟତୀତ ବେସବଲ, ସଫ୍ଟବଲ, ଫ୍ଲାଗ ଫୁଟବଲ, ସ୍କ୍ୱାଶ ଓ ଲାକ୍ରୋସେ ଖେଳକୁ ସାମିଲ କରାଯାଇଛି । ଏହି ଖେଳଗୁଡିକ ସାମିଲ କରିବା ପାଇଁ ଆଇଓସି ସଦସ୍ୟଙ୍କ ମତଦାନ ଜରୁରୀ ଥିଲା । ସେମାନେ ଏଥିନେଇ ସହମତି ପ୍ରକାଶ କରିଛନ୍ତି । ଟି୨୦ ଫର୍ମାଟରେ କ୍ରିକେଟ ଖେଳାଯିବ । ଆଇସିସି ସହିତ ଆଲୋଚନା କରିବା ପରେ କେତୋଟି ଟିମ ଖେଳିବେ ସେ ନେଇ ସ୍ପଷ୍ଟ କରାଯିବ ବୋଲି ଥମାସ କହିଛନ୍ତି । ଏହା ଦ୍ୱାରା କ୍ରିକେଟ ଅଧିକରୁ ଅଧିକ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି । ତେବେ ଏହା ବଦଳରେ କେଉଁ କ୍ରୀଡା ବାଦ ପଡିବ ତାହା ସ୍ପଷ୍ଟ ହୋଇନି । ଆଇଓସି ଟୁଇଟରରେ ପ୍ରଥମେ ଏ ସମ୍ପର୍କରେ ପ୍ରଶଂସକଙ୍କୂ ସୂଚନା ଦେଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.