ମାଇକେଲ ଭନଙ୍କୁ ସମାଲୋଚନା କରି ସେହ୍ୱାଗ କହିଲେ ୮ଥରରେ ଥରେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ଧିରେ ଧିରେ ରୋମାଂଚକର ପରିସ୍ଥିତି ସୃଷ୍ଟି କରୁଥିବାରୁ ଏବେ ପୂର୍ବତନ ଖେଳାଳିମାନଙ୍କ ବୟାନବାଜି ଆରମ୍ଭ ହୋଇଯାଇଛି । ଆଫଗାନିସ୍ତାନଠାରୁ ଇଂଲଣ୍ଡ ହାରିବା ପରେ ପୂର୍ବତନ ମାଇକେଲ ଭନ ତାଙ୍କ ଦଳ ସେମିଫାଇନାଲରେ ପ୍ରବେଶ କରିବ ବୋଲି ଟୁଇଟ କରିଥିଲେ । ଏହାର ଜବାବରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ତାଙ୍କୁ ମଜାଦାର ଜବାବ ଦେଇଛନ୍ତି । ସେ ଲେଖିଥିଲେ ୧୯୯୬, ୧୯୯୯, ୨୦୦୩, ୨୦୦୭, ୨୦୧୧, ୨୦୧୫ ଓ ୨୦୨୩ରେ ତୁମେ ସେମିଫାଇନାଲ ପ୍ରବେଶ କରିନ । ୮ଥରରେ ଥରେ ମାତ୍ର ସେମିରେ ପ୍ରବେଶ କରିଛ । ସେ ୨୦୨୩ରେ ବି ଇଂଲଣ୍ଡ ସେମିକୁ ଉନ୍ନୀତ ହେବ ନାହିଁ ବୋଲି ଆଗୁଆ ଲେଖି ଦେଇଛନ୍ତି । ସୂଚନାଯୋଗ୍ୟ, ଆଫଗାନିସ୍ତାନର ୨୮୫ ରନର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ୪୦.୩ ଓଭରରେ ୨୧୫ ରନ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ୨୦୧୯ରେ ଚାମ୍ପିୟନ ହୋଇଥିଲା । ଭନ ଓ ସେହ୍ୱାଗ ପୂର୍ବରୁ ଅନେକଥର ସୋସିଆଲ ମିଡିଆରେ ମୁହାଁ ମୁହିଁ ହୋଇଛନ୍ତି । ସେହ୍ୱାଗ ତାଙ୍କ ମଜାକିଆ ଶୈଳୀ ନେଇ ଟୁଇଟରରେ ବେଶ ଲୋକପ୍ରିୟ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.