ବେହେରା ଠାରେ ଟେଲରିଂ ପ୍ରଶିକ୍ଷଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ଠାରେ ଥିବା ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଜନ ଶିକ୍ଷଣ ସଂସ୍ଥାନ ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ପରିଚାଳିତ ଟେଲରିଂ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ଦ୍ବିତୀୟ ପର୍ଯ୍ୟାୟର ଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ସଂଗଠନ ସଭାପତି ଭବେଶ ଗଇଁତାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ ଆଞ୍ଚଳିକ ସଂଯୋଜକ ବୁଲୁ ପଲେଇ, ଗଙ୍ଗାଧର ନାଏକ, ଦଣ୍ଡପାଟ ଯୁବ ସେବା ସଂଗଠନ ସଂପାଦକ ଭୁଜବଳ ନାଏକ, ପ୍ରଶିକ୍ଷିକା ସାବିତ୍ରୀ ନାଏକ ପ୍ରମୂଖ ମଞ୍ଚାସୀନ ହେଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନାରୀ ମାନଙ୍କୁ ଶଶକ୍ତିକରଣ ତଥା ସ୍ବାବଲମ୍ବୀ କରେଇବା ଉଦ୍ଦେଶ୍ଯରେ ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଗତ ବର୍ଷ ନଭେମ୍ବର ୧ ରେ ବେହେରା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଟେଲରିଂ ପ୍ରଶିକ୍ଷଣ ଆରମ୍ଭ କରାଯାଇଥିଲା। ପ୍ରଶିକ୍ଷଣର ପ୍ରଥମ ପର୍ଯ୍ୟାୟରେ ୪୦ଜଣ ଛାତ୍ରୀଙ୍କୁ ଶିକ୍ଷା ଦିଆଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଅପ୍ରେଲ ୨୦ ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ଆଉ ୪୦ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଶିକ୍ଷା ଗ୍ରହଣ ପରେ ଛାତ୍ରୀ ହରିପ୍ରିୟା ରାଉତ, ପ୍ରଫୁଲ୍ଲ ନାଏକ, ରଞ୍ଜିତା ରାଉତ, କ୍ଷୀର ବିଶି, ଜେମା ବିଶି, ଲଲିତା ପଟେଲ, କୋୟଲ ନାଗ, ଅଞ୍ଜଳି ନାଗ, କୁନ୍ତି ଗୋପାଳ, ନିଳେନ୍ଦ୍ରୀ ନାଗ, କସ୍ତୁରୀ ବାଣୁଆ, ମଞ୍ଜରୀ ବାଣୁଆ, ରୁକମଣୀ ରାଉତ, ମଣି ରାଉତ, ନମସ୍ମିତା ବାଣୁଆ, ଶଙ୍ଖା ରାଉତ, ଜଳମତି ଗୋପାଳ, ରାଏମତି ବଞ୍ଜାରା, ଅନିତା ରଣା, ଅମ୍ବିକା କଟା, ବିନୋଦିନୀ ରଣା, ଡାଲିମ୍ବ ବାଣୁଆ, ଗୀତାଞ୍ଜଳି ଭତ୍ରା, ଜସ୍ମିତା ମେହେର, କରିସ୍ମା ଦୁର୍ଗା, କୈକେୟୀ ବାଣୁଆ, କବିତା ମାଝି, ପୁଷ୍ପାଞ୍ଜଳି ବଞ୍ଜାରା, ପ୍ରଭାତି ନିଏଲ, ରେବତୀ ନାଏକ, ରଚିକା ବାଣୁଆ, ସଂଯୁକ୍ତା ମାଝି, ଶାନ୍ତି ମାଝି, ଉର୍ମିଳା ବାଗ, ଭୋଜନୀ ବାଗଙ୍କୁ ସୋମବାର ପ୍ରମାଣ ପତ୍ର ଦିଆଯାଇଛି। କାର୍ଯ୍ୟକ୍ରମକୁ ସଂଗଠନ ସଂଯୋଜକ ରଜତ ବଂଶଲ ପରିଚାଳନା କରିଥିବା ବେଳେ ତରେଶ ବିଶି, ଶୁଶିଲ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ ପ୍ରମୂଖ ସହଯୋଗ କରଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.