ପଞ୍ଚାୟତ ସମିତି ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଠାରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ପଞ୍ଚାୟତ ସମିତି ମହାବିଦ୍ୟାଳୟ ବଙ୍ଗୋମୁଣ୍ଡାଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଆନୁକୂଲ୍ୟରେ ଯୁବ ସମ୍ବାଦ ଇଣ୍ଡିଆ ୨୦୪୭ ପାଳିତ ହୋଇଯାଇଛି । ଏଥିରେ ମୂଖ୍ଯ ଅତିଥି ଭାବରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ଗରୁଡ଼ଧ୍ଵଜ ବେହେରା ଯୋଗଦାନ କରି ଦେଶ ପ୍ରତି ଯୁବକମାନଙ୍କ କର୍ତ୍ତବ୍ଯ ଓ ଦାୟିତ୍ଵ ବିଷୟରେ କହିଥିଲେ। ସଂଘର ସଭାପତି ତୁଳାଚନ୍ଦ୍ର ପୋଡ ସଭା ପରିଚାଳନା କରିଥିଲେ । କେଭି ମହାବିଦ୍ୟାଳୟ ଅଧ୍ୟାପକ ରୋହିତ କିଶୋର କୁମ୍ଭାର, ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟାପକ ନିଲେଶ କୁମାର ପାରେଖ, ନରୋତ୍ତମ ପଣ୍ଡା, ରଶ୍ମିରଞ୍ଜନ ସ୍ବାଇଁଓ ଡିଲେଶ୍ବର ନିଆଲ “ପଞ୍ଚ ପ୍ରଣ” ପ୍ରସଙ୍ଗ ଉପରେ ଉପସ୍ଥାପନା କରିଥିଲେ।ସେଷରେ ବିକୃତା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଉପକୃତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଂଘର ସଂପାଦକ ଲିଙ୍ଗରାଜ ପୋଡ ଧନ୍ୟବାଦ ଅର୍ପଣ କରିଥିଲେ, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଡ, ନେହେରୁ ଯୁବ କେନ୍ଦ୍ର ସ୍ବେଚ୍ଛାସେବୀ ଜଗନ୍ନାଥ ବେହେରା, ସୁରୁ ପୋଡ, ସୋନୁ ଛତ୍ରିଆ, ଟିକେଶ୍ବର ହଂସ, ମାୟାଧର ପୋଡ, ମହେଶ୍ବର ଛତ୍ରିଆ, ସେନ ପୋଡ, ଜାମୁଧର ପୋଡ, ଯୋଗିନ ଛତ୍ରିଆ, ମଣ୍ଟୁ ପୋଡ, ପ୍ରିୟାଶୁଂ ପୋଡ, ଜଗ ମୋହନ ବନଛୋର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଛାତ୍ର ଛାତ୍ରୀ, ବଙ୍ଗୋମୁଣ୍ଡା ବ୍ଲକ ଯୁବକ ସଂଘ ମାନଙ୍କର ସଦସ୍ଯମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.