କେଉଁ ଶବ୍ଦରେ ତୋତେ
ବାନ୍ଧିପାରିବି ବୋଉ
ସବୁଶବ୍ଦର ଉର୍ଦ୍ଧରେ ତୁ ତ ଶବ୍ଦବ୍ରହ୍ମ ।
ତୋ ମମତାପଣକୁ ଦରିଆ ନିଅଣ୍ଟ
ତୋ ସ୍ନେହ, ସୁହାଗକୁ ବଳିଯିବ ସ୍ବର୍ଗପୁର ।
ତୋ ହାତ ପରଶା ବୋଉ
ଅମୃତ ଠୁ ମିଠା
ତା ଠାରୁ ମିଠା ମିଠା ଲାଗେ
ତୋ ଗାଳି
ରାଗି ଥରେ ତୁ ଚାହିଁଦେଲେ ବୋଉ
ହୃଦୟ ଯାଏ ତରଳି ।
ଆସୁଯେତେ ଝଡ ଝଞ୍ଜା ଜୀବନରେ ମୋର
ତୁ ପାଶେଥିଲେ ବୋଉ ଭୟ ନଥାଏ କାହାର ।
ସଳିତାର ସମ ନିଜେ ତିଳତିଳ ଜଳି
ଆମକୁ ଆଲୋକର ପଥ ଦେଖାଉଥିବା ତୁ ଗୋଟେ ଜ୍ୟୋତି ,
ସତ୍ୟ ଧର୍ମ ନ୍ୟାୟର ପରଖ କରାଉଥିବା ତୁ ଗୋଟେ ଧର୍ମନିକିତି ,
ସୁସଂସ୍କାର ଶିଖାଇଥିବା ତୁ ଜଣେ ସଂସ୍କାରକାରିଣୀ ।
ଭାଙ୍ଗି ଯାଉଥିବା ଘରକୁ ଗଢିପାରୁଥିବା ତୁ ଜଣେ ପକ୍କା ସୁଗୃହିଣୀ ।
ତୁ କେବଳ ନାରୀଟିଏ ନୋହୁଁ
ମୋ ବୋଉଟିଏ ନୋହୁଁ
ତୁ ସ୍ବଂୟ ଦେବୀଟିଏ ବୋଉ
ତୋ’ ପାଦରେ କୋଟି କୋଟି ପ୍ରଣାମ ।
ଜ୍ୟୋତିର୍ମୟୀ ମହାନ୍ତି
ବିଜୁନଗର, ଝାରସୁଗୁଡା
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇