ଧର୍ମଶାଳା ମହାବିଦ୍ୟାଳୟରେ ଇଲେକ୍ଟ୍ରାଲ୍ ଲିଟିରେସି କ୍ଲବ ଗଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଶାଳା ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ଇଲେକ୍ଟ୍ରାଲ୍ ଲିଟିରେସି କ୍ଲବ୍ ଗଠିତ ହୋଇ ଯାଇଛି ।  ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟରୁ ଲଙ୍କାବାହାଲ ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ଦୁଇ କିଲୋମିଟର ଯାଏଁ ଛାତ୍ରଛାତ୍ରୀ ମାନଙ୍କର ଏକ ଭବ୍ୟ ଶୋଭା ଯାତ୍ରାର ଆୟୋଜନ ହୋଇଥିଲା । ଲଙ୍କାବାହାଲ ଗ୍ରାମରେ ଜନସାଧାରଣ, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କୁ ନେଇ ଏକ ଗ୍ରାମ୍ୟ ସଂଗୋଷ୍ଠୀର ରୂପରେଖ ପ୍ରସ୍ତୁତ କରାଯାଇ ଗାଁର ଜନ ସାଧାରଣଙ୍କୁ ନିର୍ବାଚନରେ ତାଙ୍କ ଭାଗିଦାରୀ ସମ୍ବନ୍ଧରେ ଏକ ସଚେତନ ସଭାର ଆୟୋଜନ କରା ଯାଇଥିଲା । ଏକ ସୁସ୍ଥ ଗଣତନ୍ତ୍ର ନିର୍ମାଣ ଉଦ୍ଦେଶ୍ୟରେ ଆମେ ସମସ୍ତେ ଭୋଟ ଦେବା ବୋଲି ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ । ଡକ୍ଟର ପୁରୁଷୋତ୍ତମ ମିଶ୍ର, ପ୍ରାଧ୍ୟାପକ ପ୍ରତୁଲ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ସମେତ ଗୋବିନ୍ଦ ପ୍ରଧାନ, ବିଭୀଷଣ ପ୍ରଧାନ ଓ ନୀଳାମ୍ବର ପ୍ରଧାନଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.