ଗୀତା ଜ୍ଞାନାଲୋକ ଶିଶୁ ସାହିତ୍ୟ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଶେଖ ବଜାର ଆଦୃତା ଶିଶୁ ସେବା ସଦନରେ ଗୀତା ଜ୍ଞାନାଲୋକ ଶିଶୁ ସାହିତ୍ୟ ଉତ୍ସବ ପାଳିତ ହୋଇ ଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡକ୍ଟର କୁଳମଣି ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିବାସହ ଗୀତା ବିଶ୍ୱବାସୀଙ୍କୁ ସର୍ବାଧିକ ପ୍ରଭାବିତ କରିଥିବା ଧର୍ମଗ୍ରନ୍ଥ ବୋଲି ମତପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପିକା ଡ଼କ୍ଟର ବିଦ୍ୟୁତ୍ ପ୍ରଭା ମିଶ୍ର ଗୀତା ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ଅତିଥି ବକ୍ତା ଭାବେ ପଣ୍ଡିତ ନୀଳକଣ୍ଠ ରାଉତ୍, ପଣ୍ଡିତ ପ୍ରଦୀପ୍ତ ମହାପାତ୍ର, ଡ଼କ୍ଟର ଅଭାରାଣୀ ବଳ ପ୍ରମୁଖ ଯୋଗଦେଇ ଗୀତାର ଆଧ୍ୟାତ୍ମିକ ସାରତତ୍ତ୍ଵକୁ ସରଳ ଭାବେ ବ୍ୟାଖ୍ୟା କରିଥିଲେ ।ସାହିତ୍ୟିକା ସୁରଭି ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ । କବି କବୟିତ୍ରୀ ମାନେ ଗୀତାର ଉପାଦେୟତା ସମ୍ପର୍କିତ କବିତା ପାଠ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶହେରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନଙ୍କୁ ଗୀତାର ଶୁଦ୍ଧ ଉଚ୍ଚାରଣ ପାଇଁ ଗୀତା ଜ୍ଞନାମୃତ ପ୍ରତିଭା ପୁରସ୍କାର ଏବଂ ପଚାଶରୁ ଉର୍ଦ୍ଧ୍ବ ସାରସ୍ବତ ସ୍ରଷ୍ଟା ମାନଙ୍କୁ ଗୀତା ଜ୍ଞାନାଲୋକ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ସାଇ ରୁଦ୍ରେଶ ପ୍ରଧାନ, ଶୁଭଙ୍କର ମିଶ୍ର ଗୀତାର ପଞ୍ଚମ ଅଧ୍ୟାୟ ଏବଂ ପ୍ରଥମ ଅଧ୍ୟାୟ ଶୁଦ୍ଧ ଭାବେ ଗାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସନାତନ ବେଦ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ଵାରା “ଗୀତା ଗୀତିକା” କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ଦେଢ଼ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଏବଂ ସାରସ୍ବତ ସ୍ରଷ୍ଟା ମାନଙ୍କୁ ଗୀତା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜନ ରଞ୍ଜନ ପ୍ରଧାନ, ଗଗନ ବିହାରୀ ପ୍ରଧାନ, ଝୁମୁରି ସାହୁ, ଅପରାଜିତା ପରିଡ଼ା, ଉତ୍କଳିନୀ ରାଉତ୍, ଛବିରାମ ସେଠୀ, ସୁରେନ୍ଦ୍ର ମହାପାତ୍ର, ଅଶୋକ ନାୟକ, ଅପର୍ତ୍ତି ସେଠୀ, ମୋନାଲିସା ସିଂହ, ବିଜୟା ପାଇଟଲ, ସୁକାନ୍ତି ମହାନ୍ତି, ଭଗବତୀ ଖଟୁଆ, ଅମିତା ମହାନ୍ତି ସହଯୋଗ କରିଥିଲେ । ପ୍ୟାରୀମୋହନ ଏକାଡେମୀ ର ପ୍ରଧାନ ଶିକ୍ଷକ ସୁଭବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶାନ୍ତିମନ୍ତ ପାଠ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.