ସୋନପୁରରେ ବିଶ୍ୱ ତମାଖୁ ବର୍ଜନ ଦିବସ 

ସୁସ୍ଥ,ସବଳ ସମାଜ ଗଠନ ସକାଶେ ତମାଖୁ ବର୍ଜନ କରିବାକୁ ଆହ୍ୱାନ

Omkar Vasthu
Omkar Vasthu

ସୋନପୁର,୧/୬ : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳନ କରାଯାଇ ଏକ କ୍ୟାନସର ମୁକ୍ତ ତଥା ସୁସ୍ଥ, ସବଳ ସମାଜ ଗଠନ ସକାଶେ ତମାଖୁ ବର୍ଜନ କରିବାକୁ ଆହ୍ୱାନ କରାଯାଇଛି । ସମାଜରେ ବର୍ତ୍ତମାନ ତମାଖୁ ଏବଂ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ବ୍ୟବହାର ବହୁଳ ମାତ୍ରାରେ ବଢିବାକୁ ଲାଗିଥିବାବେଳେ ଆକାଶ କୁସୁମର ଆକର୍ଷଣ ପରି ଯୁବ ସମାଜ ଏଥିରେ ଆକର୍ଷିତ ହୋଇ ଏକ ବିଦମୁଖୀ ଭବିଷ୍ୟତ ଆଡ଼କୁ ମୁହାଉଛନ୍ତି । ସେଥିପାଇଁ ସମସ୍ତେ ମାନସିକ ସ୍ଥରରେ ଦୃଢମନା ହୋଇ ତମ୍ବାଖୁ ତଥା ଧୁମ୍ରପାନ ଠାରୁ ଦୂରେଇ ରହିବାକୁ କାର୍ଯ୍ୟକ୍ରମରେ ଅନୁରୋଧ କରାଯାଇଛି । ଓଡ଼ିଶାରେ ୨୯ ପ୍ରତିଶତ ବୟସ୍କ ବ୍ୟକ୍ତି ଅଭ୍ୟାସଗତ ଭାବରେ ଏବଂ ପାଞ୍ଚ ପ୍ରତିଶତ ଲୋକ ସୌଖିନ ଭାବରେ ତମ୍ବାଖୁ ଓ ଧ୍ରୁମପାନ କରୁଛନ୍ତି । ଏହି ସଚେତନା ସଭା ମଧୁସୁଦନ ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଥିବା ଏହିକାର୍ଯ୍ୟକ୍ରମରେ ଏସପି ଦେବିପ୍ରସାଦ ଦାଶ, ସିଡିଏମଓ ଡ.ସରୋଜ ନାୟକ, ଏଡିଏମ ଶରତ ଚନ୍ଦ୍ର ପଣ୍ଡା, ଭାରପ୍ରାପ୍ତ ଜନସ୍ୟାସ୍ଥ୍ୟ ଅଧିକାରୀ ଡ.ନବ କିଶୋର ବେହେରା, ପୁର୍ବତନ ବିଧାୟକ ଦେବରାଜ ସେଠ, ଡ.ସୁବ୍ରତ ସତପଥି ପ୍ରମୁଖ ଉପସ୍ଥିତ ଥିଲେ ଓ ସଭାପରେ ଦସ୍ତଖତ ଅଭିଯାନ ଆୟୋଜିତ ହୋଇଥିଲା । ସହକରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରି ପ୍ରଦ୍ୟୁମ୍ନ ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଲେ ପ୍ରମୋଦ ସାହୁ, ତାରିଣି ପାତ୍ର ପ୍ରମୁଖ ସହେଯାଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.