ଗୋଲାମୁଣ୍ଡା ବ୍ଲକ ସମିତି ସଭ୍ୟ ସଂଘ ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତର ଆଶ୍ରମ ଗୃହ ଠାରେ ବ୍ଲକର ୨୮ ଗୋଟି ପଞ୍ଚାୟତର ସମସ୍ତ ସମିତିସଭ୍ୟ/ ସମିତିସଭ୍ୟା ମାନଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ସମିତି ସଂଘର ଅସ୍ଥାୟୀ ସଭାପତି ମନୋଜ କୁମାର ପଟ୍ଟନାୟକଙ୍କ ଆବାହାନ ଓ ସଦର ବ୍ଲକ ମାଲଗାଁ ଗ୍ରାମ ପଞ୍ଚାୟତ ସମିତିସଭ୍ୟ କବି ମାଝୀ, ଶଗଡା ଗ୍ରାମ ପଞ୍ଚାୟତ ସମିତିସଭ୍ୟ ଦାମୋଦର ଧରୁଆଙ୍କ ଉପସ୍ଥିତିରେ ଏହି ବୈଠକରେ ଗୋଲାମୁଣ୍ଡା ବ୍ଲକ କମିଟି ଗଠନ କରାଯାଇଛି । ଗୋଲାମୁଣ୍ଡା ବ୍ଲକ ସମିତି ସଭ୍ୟ ସଂଘର ସଭାପତି ଭାବରେ ଦଶପୁର ପଞ୍ଚାୟତର ସଭ୍ୟ ଦୁର୍ଗେଶ୍ବର ସାହୁ, ଉପ ସଭାପତି ଭାବରେ ମହାଲିଙ୍ଗ ପଞ୍ଚାୟତର ସଭ୍ୟ କିରଣ କୁମାର ସିଂ, ସମ୍ପାଦକ ଭାବରେ ଗଣ୍ଡାମେର ପଞ୍ଚାୟତ ସଭ୍ୟ ଦୈତାରୀ ରାଉତ, ସହ ସମ୍ପାଦକ ଭାବରେ ବଡ ଚେରଗାଁ ସଭ୍ୟା ରୋହିଣୀ ମହାନ୍ତି, କୋଷାଧ୍ୟକ୍ଷ ଭାବରେ ଚିଚିଆ ପଞ୍ଚାୟତ ସମିତିସଭ୍ୟ ସନ୍ତୋଷ କୁମାର ପୁଟେଲ, ସହ କୋଷାଧ୍ୟକ୍ଷ ଭାବରେ ଧାମନପୁର ସଭ୍ୟା ପଞ୍ଚମି ଦ୍ବୀପକଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି । ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ ମନୋନୀତ ସମସ୍ତ ବ୍ଲକ କମିଟିର ନୂତନ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତୃଣମୂଳ ସ୍ତରରୁ ଏହି ସଂଘକୁ ମଜଭୂତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.