ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର, ଚିନ୍ତାରେ ସାଧାରଣ ଜନତା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ବଢୁଛି ତେଲ ଦର । ଆଗକୁ ଅଶୋଧିତ ତୈଳ ଦର ଆହୁରି ବଢିବା ନେଇ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୧.୬୮ ଡଲାର ରହିଛି । ଯାହା ଏବେ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର ବିଷୟ ପାଲଟିଛି। ଅନ୍ୟପଟ୍ ରାଜ୍ୟସ୍ତରରେ ଲାଗୁହୋଇଥିବା ଟିକସ କାରଣରୁ ବିଭନ୍ନ ରାଜ୍ୟର ସହର ଗୁଡିକରେ ପେଟ୍ରୋଲ-ଡିଜେଲ ଦରରେ ସାଧାରଣ ପରିବର୍ତ୍ତନ ଦେଖାଯାଇପାରେ, ତେବେ ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲ ଦର। ତେବେ ଆଇଓସିଏଲର ସୂଚନା ମୁତାବକ, ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ପଇସା ଥିବାବେଳେ, ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି। ସେହିଭଳି ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି। ଏହା ବ୍ୟତୀତ ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୨ ଟଙ୍କା ୬୩ ପଇସା ଥିବାବେଳେ ଡିଜେଲ ୯୪ ଟଙ୍କା ୨୪ ପଇସାରେ ମିଳୁଛି। ସେହିପରି କୋଲକତାରେ ମଧ୍ୟ ତୈଳ ଦରର ମୂଲ୍ୟ କିଛି କମ ନାହିଁ, ସହରରେ ପ୍ରତି ଲିଟର ପିଛା ପେଟ୍ରୋଲ ୧୦୬ ଟଙ୍କା ୦୩ ପାଇସାରେ ଉପଲବ୍ଧ ଥିବାବେଳେ, ଡିଜେଲ ଲିଟର ପିଛା ୯୨ ଟଙ୍କା ୭୬ ପଇସାରେ ମିଳୁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.