ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଓ ମିଲେଟ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ):  କର୍ଲାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବୁଧବାର ଦିନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ୨୦୨୩ ଓ ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଥମେ ଅତିଥି ପରିଚୟ ପ୍ରଦାନ ସହ ସମ୍ବର୍ଦ୍ଧନା ଉତ୍ସବ, ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଦାତା ଗଣପତିଙ୍କ ପ୍ରତିଛବି ସମ୍ମୁଖରେ ପୂଜାର୍ଚ୍ଚନା, ସ୍ଵାଗତ ସଂଗୀତ ଓ ଭଜନ ପରିବେଷଣ ସହ ଅତିଥି ମାନଙ୍କ ଦ୍ଵାରା ସୁରଭି କାର୍ଯ୍ୟକ୍ରମର ମହତ୍ଵ, ଏହାର ଲକ୍ଷ୍ୟ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ଅବଗତ କରାଇଥିଲେ ।ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ସହ ଉପକୃତ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଵିଜୟାଲକ୍ଷ୍ମୀ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସା ମୁଖ୍ୟ ବକ୍ତା, ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନି ସାହୁ,  ଜିଲ୍ଲା ପରିଷଦ ସଭ୍ୟ କ ଜୋନ ମହେନ୍ଦ୍ର ରଣା, ଜିଲ୍ଲା ପରିଷଦ ସଭ୍ୟ ଖ ଜୋନ ସୁରେଶ ଚୋଧୁରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋପମଣି ସାହୁ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ୮ ଟି କ୍ଲଷ୍ଟରର ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ । ପରେ ତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତା କରାଯିବା ସହ ଉପକୃତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ପାଠୀ, କ୍ଷିରୋଦ ବଡ ମାଳୀ, ପ୍ରଦୀପ ବେହେରା, ମନୋଜ କୁମାର ସାହୁ, ପ୍ରକାଶ ବିଶ୍ଵାଳ, ବୃନ୍ଦାବନ ରଣା, ସନ୍ତୋଷ କୁମାର, ଶିଶିର କୁମାର ଦାସ ଓ ସମସ୍ତ ସିଆରସିସିମାନେ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରୁଥିବାବେଳେ ୮ଟି କ୍ଲଷ୍ଟରର ଅଧୀନରେ ଥିବା ସମସ୍ତ ସ୍କୁଲର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ମଞ୍ଚ ପରିଚାଳନା ଦୁର୍ଗା ପ୍ରସାଦ ସାହୁ ଓ ଉଜ୍ବଳ କୁମାର ସାହୁ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ସୋମନାଥ ସାହୁ, ହେମନ୍ତ ନାଏକ ଓ ସଂଜୟ ଦାଶ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂଜୟ ଦାସ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.