ଲଦାଖରେ ୧୩ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ କ୍ୟାବିନେଟ୍ ମଞ୍ଜୁରି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଲଦାଖରେ ୧୩ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଗ୍ରୀନ୍ ଏନର୍ଜି କରିଡର (ଜିଇସି) ଦ୍ୱିତୀୟ ପର୍ଯ୍ୟାୟ-ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ (ଆଇଏସଟି) ପ୍ରକଳ୍ପକୁ ଅନୁମୋଦନ କରିଛି। ୨୦୨୯-୩୦ ସୁଦ୍ଧା ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପର ବ୍ୟୟ ଅଟକଳ ୨୦,୭୭୩.୭୦ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପକୁ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ) ବାବଦରେ ପ୍ରକଳ୍ପ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥାତ୍ ୮,୩୦୯.୪୮ କୋଟି ଟଙ୍କା ପ୍ରଦାନ କରାଯିବ।

Omkar Vasthu
Omkar Vasthu

ଲଦାଖର ଜଟିଳ ଭୂଭାଗ, ପ୍ରତିକୂଳ ଜଳବାୟୁ ପରିସ୍ଥିତି ଏବଂ ପ୍ରତିରକ୍ଷା ଜନିତ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ପାୱାରଗ୍ରିଡ୍) ଏହି ପ୍ରକଳ୍ପର କାର୍ଯ୍ୟକାରୀ ଏଜେନ୍ସି ଭାବେ ଦାୟିତ୍ୱ ନିର୍ବାହ କରିବ। ଅତ୍ୟାଧୁନିକ ଭୋଲ୍ଟେଜ୍ ସୋର୍ସ କନଭର୍ଟର (ଭିଏସସି) ଆଧାରିତ ହାଇ ଭୋଲଟେଜ୍ ଡାଇରେକ୍ଟ କରେଣ୍ଟ (ଏଚଭିଡିସି) ସିଷ୍ଟମ ଏବଂ ଏକ୍ସଟ୍ରା ହାଇ ଭୋଲଟେଜ୍ ଅଲଟରନେଟିଂ କରେଣ୍ଟ (ଇଏଚଭିଏସି) ସିଷ୍ଟମ୍ ସ୍ଥାପନ କରାଯିବ।

Pearl dental clinic
Near Ashish Medical Store, Bhawanipatna

ଏହି ବିଦ୍ୟୁତ ସଞ୍ଚାରଣ ଲାଇନ୍ ହିମାଚଳ ପ୍ରଦେଶ ଓ ପଞ୍ଜାବ ଦେଇ ହରିୟାଣାର କୈଥାଲ୍ ପର୍ଯ୍ୟନ୍ତ ଯିବ, ଯେଉଁଠାରେ ଏହାକୁ ଜାତୀୟ ଗ୍ରିଡ୍ ସହ ସଂଯୋଗ କରାଯିବ। ଲଦାଖକୁ ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଲେହର ଏହି ପ୍ରକଳ୍ପଠାରୁ ବର୍ତ୍ତମାନର ଲଦାଖ ଗ୍ରିଡକୁ ସଂଯୋଗ କରିବାକୁ ମଧ୍ୟ ଯୋଜନା କରାଯାଇଛି। ଜମ୍ମୁ-କଶ୍ମୀରକୁ ବିଜୁଳି ଯୋଗାଇବା ପାଇଁ ଏହାକୁ ଲେହ-ଆଲୁସ୍ତାଙ୍ଗ-ଶ୍ରୀନଗର ଲାଇନ୍ ସହ ସଂଯୋଗ କରାଯିବ। ଏହି ପ୍ରକଳ୍ପ ରେ ୭୧୩ କିଲୋମିଟର ସଞ୍ଚାରଣ ଲାଇନ (୪୮୦ କିଲୋମିଟର ଏଚଭିଡିସି ଲାଇନ ସମେତ) ଏବଂ ପାଙ୍ଗ (ଲଦାଖ) ଏବଂ କୈଥାଲ (ହରିୟାଣା)ରେ ୫ ଗିଗାୱାଟ କ୍ଷମତା ବିଶିଷ୍ଟ ହାଇଭୋଲ୍ଟେଜ୍ ଡାଇରେକ୍ଟ କରେଣ୍ଟ ଟର୍ମିନାଲ ସ୍ଥାପନ କରାଯିବ ।

Udyog Nursery
Udyogi Nursery

ଏହି ପ୍ରକଳ୍ପ ୨୦୩୦ ମସିହା ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନରୁ ୫୦୦ ଗିଗାୱାଟ ସ୍ଥାପିତ ଶକ୍ତି କ୍ଷମତା ହାସଲ କରିବାରେ ସହାୟକ ହେବ । ଏହା ଦ୍ୱାରା ଦେଶର ଦୀର୍ଘମିଆଦୀ ଶକ୍ତି ନିରାପତ୍ତା ବିକାଶ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରି ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ମିଳିବ। ବିଶେଷକରି ଲଦାଖ ଅଞ୍ଚଳରେ ଶକ୍ତି ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଉଭୟ କୁଶଳୀ ଓ ଅଣକୁଶଳୀ କର୍ମଚାରୀଙ୍କ ପାଇଁ ବ୍ୟାପକ ପରିମାଣରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

୧୫.୦୮.୨୦୨୦ ରେ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଲଦାଖରେ ୭.୫ ଗିଗାୱାଟ ସୌର ପାର୍କ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ। ଏକ ବ୍ୟାପକ କ୍ଷେତ୍ର ସର୍ବେକ୍ଷଣ ପରେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଲଦାଖର ପାଙ୍ଗଠାରେ ୧୨ ଗିଗାୱାଟ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ (ବିଇଏସଏସ) ସହିତ ୧୩ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ବିଶିଷ୍ଟ ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏତେ ବିପୁଳ ପରିମାଣରେ ବିଦ୍ୟୁତ ଉତ୍ତୋଳନ ପାଇଁ ଏକ ଆନ୍ତଃରାଜ୍ୟ ସଞ୍ଚାରଣ ଭିତ୍ତିଭୂମି ଆବଶ୍ୟକ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.