ଆରମ୍ଭ ହେଲା ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବ 

ସୁଲଭ ମୂଲ୍ୟରେ ମିଳୁଛି ବିଭିନ୍ନ କିସମର ସ୍ୱାଦିଷ୍ଟ ଆମ୍ବ

ରାୟଗଡ :୨/୫ : ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆଜି (ରବିବାର) ଠାରୁ ଆରମ୍ଭ ହୋଇଛି ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବ । ଏହା ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଓରମାସ ଓ ଓଡିଶା ଜୀବିକା ମିଶନ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଏହାର ଶୁଭାରମ୍ଭ କରିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଳାରେ ଥିବା ଆମ୍ବଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଉତ୍ପାଦିତ ଆମ୍ବର ବଜାରୀକରଣ ବ୍ୟବସ୍ଥା ଏବଂ ଦଲାଲର ଠକାମୀରୁ ବଂଚିତ କରି ଉଚିତ୍ ମୂଲ୍ୟ ଯୋଗାଇବା ପାଇଁ ଆମ୍ବ ମହୋତ୍ସବର ଆୟୋଜନ କରାଯାଇଛି ।

ଏଥିରେ ଆମ୍ବଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଂୟ ସହାୟିକା ଗୋଷ୍ଠୀ ଓ ବିଭିନ୍ନ ଏନଜିଓ ସଂସ୍ଥା ତଥା ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ସଂଗୃହିତ ସ୍ଥାନୀୟ ଅଂଚଳର ବିଭିନ୍ନ କିସମର ସୁଆଦିଆ ଆମ୍ବକୁ ପ୍ରଦର୍ଶିତ କରିବା ସହ ବିକ୍ରି କରାଯାଇ ଗ୍ରାହକଙ୍କୁ ସୁଲଭ ମୂଲ୍ୟ ଏବଂ ଚାଷିଙ୍କୁ ଉଚିତ ମୂଲ୍ୟ ମିଳିବାର ଉଦ୍ଦେଶ୍ୟ ରଖାଯାଇଛି ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ରାୟଗଡ ଜିଲ୍ଳାରେ ବର୍ତମାନ ଆମ୍ବଚାଷକୁ ଚାଷୀମାନେ ଅର୍ଥକାରୀ ଫସଲ ଭାବେ ବାଛି ନେଇଥିବା ବେଳେ ପ୍ରଶାସନର ସହାୟତାରେ ଚାଷି ଉତ୍ପାଦିତ ଆମ୍ବକୁ ବିକ୍ରି କରି ଭଲ ରୋଜଗାର କରିପାରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାରେ ଆମ୍ବ ବଜାର ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଚାଷିଭାଇମାନେ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆମ୍ବ ମହୋତ୍ସବରେ ଆମ୍ରପାଲି, ଦିସାରୀ, ବାଇଗଣପଲ୍ଳୀ, ଆଖୁରସ, ବମ୍ବେଗ୍ରୀନ, ସୁନ୍ଦରୀ, ହାତୀମୁଣ୍ଡ ସମେତ ଆହୁରି ଅନେକ କିସମର ସୁଆଦିଆ ଆମ୍ବଗୁଡିକ ପ୍ରଦର୍ଶିତ ହେବା ସହ ସୁଲଭ ମୂଲ୍ୟରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ତେବେ ସୋମବାର ସାବିତ୍ରୀ ଅମାବାସ୍ୟା ହୋଇଥିବା ବେଳେ ରାୟଗଡ ବଜାରରେ ଛୋଟମୋଟ ଆମ୍ବ ବ୍ୟବସାୟୀମାନେ ଆମ୍ବ କେଜି ପିଛା ୫୦ ଟଙ୍କାରୁ ୭୦ ଟଙ୍କା ମଧ୍ୟରେ ବିକ୍ରି କରୁଥିବା ବେଳେ ଆମ୍ବ ମହୋତ୍ସବରେ ୩୦ଟଙ୍କାରୁ ୫୦ଟଙ୍କା ମଧ୍ୟରେ ବିଭିନ୍ନ କିସମର ସୁଆଦିଆ ଆମ୍ବ ମିଳୁଥିବାରୁ ସହରବାସୀ ମହୋତ୍ସବରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

ଏହି ମହୋତ୍ସବରେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା,ରାୟଗଡ, ଜଳ ବିଭାଜିକା, ଉଦ୍ୟାନ କୃଷି ବିଭାଗ, ଚାଟିକୋଣାର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ସମେତ ଧରତୀପେନୁ କୃଷକ ଉତ୍ପାଦକ କମ୍ପାନୀ, ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ଷ୍ଟଲଗୁଡିକରେ ଆମ୍ବ ପ୍ରଦର୍ଶିତ ସହ ଖୁଚୁରା ବିକ୍ରିୟ କେନ୍ଦ୍ର ଖୋଲାଯାଇଛି । ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ, ଓରମାସର ସହାୟକ ନିର୍ଦ୍ଦେଶକ ମନୋଜ ପାତ୍ର, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଆନନ୍ଦ ଚନ୍ଦ୍ର ସାହୁ, ପିଏ-ଆଇଟିଡିଏ ଟୁକୁ ବାରିକ, ପୈାରସଂସ୍ଥା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଚାଟିକୋଣା ଡିକେଡିଏ ସ୍ୱତନ୍ତ୍ର ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ରବିବାର ଦିନ ରାୟଗଡ ସମେତ ଗୁଣପୁରର ଚଇତି ମଣ୍ଡପ ଠାରେ ମଧ୍ୟ ଆମ୍ବ ମହୋତ୍ସବ ଆରମ୍ଭ ହୋଇଥିବା ଜଣାପଡିଛି ।

ଫଟୋରେ ବାର୍ତ୍ତା

ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବରେ ଯୋଗ ଦେଇଥିବା ଡଙ୍ଗରିଆ କନ୍ଧ ଚାଷୀ
ଏହି  ଉତ୍ସବରେ ଯୋଗ ଦେଇଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହ ଜିଲ୍ଲାପାଳଙ୍କ କଥୋପ କଥନ

ଡଙ୍ଗରିଆ କନ୍ଧ ଚାଷୀଙ୍କ ଉତ୍ପାଦିତ ଆମ୍ବ ସମନ୍ଧରେ ପଚାରି ବୁଝୁଛନ୍ତି ରାୟଗଡ ଜିଲ୍ଲାପାଳ

ମାଟିର ଗୁଣେ ଫଳ : ରାୟଗଡିଆ ଆମ୍ବ, ନିଆରା ସ୍ବାଦ 

 

 

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

For latest news & updates, click on bell button and subscribe to notifications.

 

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.