ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁରଭି: ଶିଶୁ ପ୍ରତିଭା ଚି଼ହ୍ନଟର ଏକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଶିଶୁ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡିଶା ସରକାର ଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଉଛି ସୁରଭି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ୧୭ଟି କ୍ଲଷ୍ଟରର ଛାତ୍ର ଛାତ୍ରୀଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଦଶରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମାନଙ୍କ ଦୁଲୁ ଦୁଲି ବାଦ୍ୟରେ ଦୁଲୁକି ଉଠିଛି ମଞ୍ଚ। ଉଦଘାଟନୀ ସଭାରେ ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ବେସ୍ରା, ତହସିଲଦାର ଦିଲ୍ଲୀପ କୁମାର ମାଝୀ, ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ କୁମ୍ଭାର, ଉଲୁଣ୍ଡା ଥାନା ଅଧିକାରୀଙ୍କ ପ୍ରତିନିଧି ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲକ ବିହାରୀ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାର୍କଣ୍ଢ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ସହ ଗୋଷ୍ଠୀ ଅଧିକାରୀ ଜନାର୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନୀ ସଭାରେ ପଂଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ, ଉଲୁଣ୍ଡା ସରପଞ୍ଚ ରଶ୍ମିତା ଭୋଇ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପ୍ରତ୍ୟେକ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଆଗାମୀ ଦିନ ରେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦାନ କରି, ସେଇଠି ମଧ୍ୟ ସଫଳତା ହାସଲ କରି ରାଜ୍ୟ ସ୍ତରକୁ ମନୋନୀତ ହେବା ପାଇଁ ଲକ୍ଷ୍ୟ ରଖିଥିବା ଜଣା ପଡିଛି। ସଂଗୀତ ନିର୍ଦେଶକ ତଥା ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟର ସଂଗୀତ ଶିକ୍ଷକ ପ୍ରଭାତ ଦାଶଙ୍କ ସଂଯୋଜନାରେ ଉକ୍ତ ବିଦ୍ୟାଳୟର ଛାତ୍ରୀ ମାନେ ଉଭୟ ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତା ପରିବେଷଣ କରିଥିଲେ। ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ହୃଷିକେଶ ଚାନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ କୁରକୁରିଆ, ସିଆରସିସି ବେଣୁଧର ସୁରୁଜାଲ, ଗୌତମ ମେଣ୍ଡିଲି, ବିଶ୍ୱଜିତ ଆଚାର୍ଯ୍ୟଙ୍କ ସମେତ ସମସ୍ତ ୧୭ ଗୋଟି କ୍ଲଷ୍ଟରର ସିଆରସିସି, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ସାହାଯ୍ୟ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। ବିଚାରକ ଭାବେ ଶିକ୍ଷକ ସୁରେଶ ପଧାନ, ମନୋରଞ୍ଜନ ପାଣ୍ଡିଆ, ସନ୍ତୋଷ ପାଣିଗ୍ରାହୀ, ବିରେନ ମିଶ୍ର, ଟିକେଶ୍ୱର ପାଣ୍ଡିଆ, କେଶବ ଦାଶ, ପ୍ରଭାସ ମେହେର, ସତ୍ୟ ନାରାୟଣ ମେହେର, ଚିତ୍ତ ରଞ୍ଜନ ପୁଝାରୀ, ସୁପ୍ରଭା ପାଣିଗ୍ରାହୀ,ବାଚସ୍ପତି ପଣ୍ଡା,ବିଜୟ ହୋତା, ସୃତିରେଖା ନାଏକ, ଯଥାରିଞ୍ଚ ସାହୁ, ବ୍ୟୋମକେଶ ତ୍ରିପାଠୀ, ଅଚ୍ୟୁତ ରଣା, ସୂର୍ଯ୍ୟ ନାରାୟଣ ମହାପାତ୍ର, ଗୋପବନ୍ଧୁ କୁମ୍ଭାର, ଜଗଦୀଶ ଦାଶ, ନିଗମାନନ୍ଦ ଦେହୁରୀ, ଜିତେନ୍ଦ୍ର ପରଡିଆ, ସୁଧାଂଶୁ ଲୁହା, ପ୍ରଦୀପ ଗଣିକ, ପ୍ରଦୀପ ଲୁହା, ବାବୁଲୁ ସେଠି, ଅକ୍ଷୟ ମିଶ୍ର, ରମେଶ ମିଶ୍ର ପ୍ରମୁଖ ଯୋଗଦାନ କରି କୃତୀ ଛାତ୍ର ଛାତ୍ରୀଙ୍କୁ  ମନୋନୀତ କରିଥିଲେ। ବିରାମହlରାଜପୁର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ  ନାରାୟଣ ଦେହେରୀ ଯିଏ କି ଏକାଧାରରେ ଜଣେ ସଫଳ କଳାକାର, ନାଟ୍ୟ ନିର୍ଦେଶକ, ନାଟ୍ୟ ରଚୟିତା, ତାଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.