ସଇଁତଲା: ସାର୍ବଜନୀନ ନବରାତ୍ର ଦୁର୍ଗାପୂଜାର ରଜତ ଜୟନ୍ତୀ ସମାରୋହ ଉପଲକ୍ଷେ ସ୍ମରଣିକା ଉନ୍ମୋଚନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ସମାରୋହ ପାଳନ ଅବସରରେ ସ୍ମରଣିକା ଉନ୍ମୋଚିତ ହୋଇଯାଇଛି l ଏଥିରେ ରଜତ ଜୟନ୍ତୀ କମିଟି ସଭାପତି ତଥା ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ଅବସରପ୍ରାପ୍ତ ୱଙ୍ଗ କମାଣ୍ଡୋ ସନ୍ତୋଷ ଶର୍ମା ତାଙ୍କ ପତ୍ନୀ ଡୁଏଲ ଶର୍ମା, ସ୍ମରଣିକା ମଣ୍ଡଳୀର ସଦସ୍ୟ ବିଜୟ ରଥ, ଗୌତମ କ୍ଷେତି, ଝସକେତନ ମନହୀରା, ସୁବାସ ରଥ, ଶେଷଦେବ ଯାନୀ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ରଜତ ଜୟନ୍ତୀ ସମାରୋହ ପ୍ରକାଶ ପାଇଥିବା ସ୍ମରଣିକା କୁ ଉନ୍ମୋଚିତ କରିଥିଲେ l ଏହି ଦୁର୍ଗାପୂଜା ସ୍ୱର୍ଗତ ହେମନ୍ତ ଦୋରା ଙ୍କ ତତ୍ତ୍ୱବଧାନରେ ୧୯୫୨ ମସିହାରୁ ସ୍ୱର୍ଗତ ଗୋପାଳ ମନହିରା, ହେମନ୍ତ ସାହୁ, ଚତୃରଭୁଜ ଦଣ୍ଡସେନା, ବିରଞ୍ଚି ପ୍ରସାଦ ଜାଲ, ବିପିନ ପଟ୍ଟନାୟକ, ବିଶ୍ୱମ୍ବର ଜାଲ ଓ ଶ୍ରଦ୍ଧାକର ପଟ୍ଟନାୟକ ପ୍ରମୁଖ ମିଶି ପୂଜା ଆରମ୍ଭ କରିଥିଲେ l ଏହାପରେ ୧୯୯୯ ମସିହାରୁ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ସହଯୋଗରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ହୋଇଥିଲା ବୋଲି ସ୍ମରଣିକା ସମ୍ପାଦକ ପ୍ରଦୀପ ଜାଲ ପ୍ରକାଶ କରିଥିଲେ l ଏହି ପରିପେକ୍ଷୀରେ ସନ୍ତୋଷ ଶର୍ମା ଓ ମୋନିକା ସିଂ ଭୋଇ ଙ୍କୁ କମିଟି ତରଫରୁ ସମ୍ମାନିତ କରାଯାଇଥିଲା l ସଭାକୁ କମିଟି ସଦସ୍ୟ ରଜତ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କମିଟି ସମ୍ପାଦକ ସୁବୋଧ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.