ସଇଁତଲା ନବରାତ୍ର ପୂଜା ଆଳତୀରେ କମ୍ପୁଛି ଦୁର୍ଗା ମଣ୍ଡପ, ମାଙ୍କ ଆଳତୀ ଦେଖିବା ପାଇଁ ଶହ ଶହ ଭକ୍ତ ସମାଗମ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜାକୁ ୨୫ ବର୍ଷ ପୂର୍ତ୍ତ ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଛି l ଏହାର ମୁଖ୍ୟ ଆକର୍ଷଣ ସନ୍ଧ୍ୟା ଆଳତୀ ରହିଅଛି l ଏହି ପୂଜା ଆରମ୍ଭ ଦିନ ଠାରୁ ସନ୍ଧ୍ୟା ସମୟରେ ଶହ ଶହ ଶ୍ରଦ୍ଧାଳୁ ମା ଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ସମାଗମ ହୋଇଥାଏ l ଏପରିକି ଆଳତୀରେ ଘଣ୍ଟବାଜା ଦ୍ୱାରା ସହର କମ୍ପି ଉଠୁଅଛି ବେଳେ ତୋରଣ ଓ ଆଲୋକ ସଜ୍ଜାରେ ମଧ୍ୟ ଝଲକି ଉଠୁଛି ମଣ୍ଡପ l
ଏଥିରେ ମୁଖ୍ୟ ପଣ୍ଡିତ ରାଧାକାନ୍ତ ତ୍ରିପାଠୀ ଙ୍କ ତତ୍ତ୍ୱବଧାନରେ ବିକ୍ରମ ମିଶ୍ର, କିରଣ ମିଶ୍ର, ମାନସ ମିଶ୍ର, ସୁରେନ୍ଦ୍ର ମିଶ୍ର, ନବଘନ ଷଡ଼ଙ୍ଗୀ ଓ ସାଧୁଚରଣ ଦାସ ପ୍ରମୁଖ ପୂଜାର୍ଚନା କାଯ୍ୟ ତୁଲାଉଥିବା ବେଳେ କପିଳ ପ୍ରସାଦ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ରଜନୀ ଅଗ୍ରୱାଲ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି l ଏଥିରେ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ, ସମ୍ପାଦକ ସୁବୋଧ ମିଶ୍ର, କୋଷାଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ ଓ କମିଟିର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରୁଛନ୍ତି l ଏହାର ପ୍ରତିଦିନ ସନ୍ଧ୍ୟା ସମୟରେ ଭଜନ ସମାରୋହ, ଡ୍ୟାନ୍ସ ପ୍ରତିଯୋଗିତା, ଅପେରା , ସମ୍ବଲପୁରୀ ଭଜନ ଓ ରାବଣ ଦରବାର ଇତ୍ୟାଦି ମନୋରଞ୍ଜନ କାର୍ଯ୍ୟକ୍ରମଗୁଡିକ ସହର ଚଳଞ୍ଚଳ ହୋଇପଡିଛି l ଏହା ସହିତ ପ୍ରତିଦିନ ପ୍ରସାଦ ସେବନ ବ୍ୟବସ୍ଥା ରହିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.