ରାୟଗଡ : ରାୟଗଡ ସହରର ନ୍ୟିୁକଲୋନୀ ସ୍ଥିତ ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ କାର୍ଯ୍ୟାଳୟରେ ଶନିବାର ଅପରାହ୍ନରେ ଜଣେ ପୀଡିତଙ୍କ ପରିବାରଙ୍କୁ ୬ଲକ୍ଷ ଟଙ୍କାର ଜୀବନ ବୀମା ଅର୍ଥରାଶି ପ୍ରଦାନ କରାଯାଇଛି । ରାୟଗଡ ଶାଖାର ମହାନ୍ତି ଗାଂଟା ନାମକ ଜଣେ ଗ୍ରାହକ ଋଣ ନେବାର କିଛି ଦିନ ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିଲା । ଫଳରେ ତାଙ୍କ ପରିବାର ବର୍ଗ ଜଣେ ରୋଜଗାରକ୍ଷମ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ କମ୍ପାନୀର ଜୀବନ ବୀମା ପକ୍ଷରୁ ମୃତକଙ୍କ ମନୋନୀତ ବ୍ୟକ୍ତି ତାଙ୍କ ମାଁ ପଦ୍ମା ଗାଂଟାଙ୍କୁ ୬ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଛି । ଏହି ବୀମା ରାଶି ପ୍ରଦାନ କାର୍ଯ୍ୟକ୍ରମରେ କମ୍ପାନୀ ତରଫରୁ ରିଜିଓନାଲ ବିଜିନେସ୍ ମୁଖ୍ୟ ଏଲ.ଶିବ ପ୍ରସାଦ ରେଡ୍ଡି, ରିଜିଓନାଲ କଲେକ୍ସନ୍ ମୁଖ୍ୟ ସତ୍ୟଂଜୟ ବୱାଲି, ରିଜିଓନାଲ ଜୀବନ ବୀମା ମୁଖ୍ୟ ଦେବୀପ୍ରସାଦ ନନ୍ଦ ଓ ଶାଖା ପ୍ରବନ୍ଧକ ସନ୍ତୋଷ କୁମାର ରଥ ଓ ଭି.ବିଶେଶ୍ୱର ରାଓ ଉପସ୍ଥିତ ରହିଥିଲେ । ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ କମ୍ପାନୀ ଖୁବ କମ ବୀମାରାଶିରେ ଏହି ସୁବିଧାମାନ ଉପଲବ୍ଧ କରାଇ ନିଜ ଗ୍ରାହକମାନଙ୍କୁ ସାହାର୍ଯ୍ୟ କରିବା ସହ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗାଡି ଓ ଜୀବନ ବୀମାର ବ୍ୟବସ୍ଥା ମଧ୍ୟ କରିଥାଏ ବୋଲି ଶ୍ରୀ ରେଡ୍ଡି ଉପସ୍ଥିତ ଗ୍ରାହକମାନଙ୍କୁ ଆଲୋକପାତ କରାଇଥିବା ବେଳେ କମ୍ପାନୀର ଏପରି ସାହାର୍ଯ୍ୟକୁ ଗ୍ରାହକମାନେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।
ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ