ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦ୍ୟାଳୟ ସମୂହର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟାଜ୍ଞାନ ସମ୍ପର୍କିତ ବୈଠକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତୁଳସୀ ରାମ ସାହୁଙ୍କ ଆବାହକରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଗୁଡ଼ା ଠାରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହୃଷିକେଶ ନାଏକ ଯୋଗଦାନ କରି ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ର-ଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଏବଂ ଶିକ୍ଷକଙ୍କ ଭୂମିକା, ବିଦ୍ୟାଳୟ ସମ୍ପତ୍ତିର ବ୍ୟବହାର ଓ ସଫା ସୁତରା, ପରିବେଷ୍ଟନି ଶିକ୍ଷଣିୟ ଉପଯୋଗୀ ସମ୍ପର୍କ ରେ ଆଲୋଚନା ରଖିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ପ୍ରତୀଭା ଭୋଇ, ସୁନୀତି ମୁଣ୍ଡ, ଗୌରୀ ନାଏକ, ଶାରଦା ଆଚାର୍ଯ୍ୟ, ଗୌରୀ ଶୁକ୍ଳା, ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ଦାଶ, ସୂର୍ଯ୍ୟନାରାୟଣ ଦାଶ, ଜଗତ ରାମ ଶବର, ଅନୀଲ ଶର୍ମା ପ୍ରମୁଖ ବିଦ୍ୟାଳୟ ପାଠାଗାର, ଶିକ୍ଷଣ ସାମଗ୍ରୀର ଉପଲବ୍ଧି, ବିଦ୍ୟାଳୟ ରେକର୍ଡ଼ ଆଦି ପର୍ଯ୍ୟବେକ୍ଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ଦେବୀ ସକ୍ରିୟାତ୍ମକ କାର୍ଯ୍ୟ ସମ୍ପାଦନ କରିଥିବା ସ୍ଥଳେ ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ଦାଶ ମୌଳିକ ଭାଷା ଓ ପଠନ କୌଶଳର ବିକାଶ ପାଇଁ ଶିକ୍ଷଣ କାର୍ଯ୍ୟ ଯୋଜନା ବିଷୟ ଭାଷା ପ୍ରସଙ୍ଗ “କାଉ କାହିଁକି କଳା” ଆଦର୍ଶ ଶିକ୍ଷାଦାନ ଉପସ୍ଥାପନ କରିଥିଲେ । ଏବଂ ଚିତ୍ର ପଠନ, ଡିକୋଡିଙ୍ଗ (ପ୍ରଥମ ଅକ୍ଷର କ୍ରମରେ ଶବ୍ଦ ଚିହ୍ନଟ), ପଠନ ବୋଧଗମ୍ୟତାକୁ ପ୍ରଧାନ୍ଯ ଦେଇଥିଲେ । ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ମୌଳିକ ସଂଖ୍ୟା ଜ୍ଞାନ ବିଷୟ ଗଣିତ ପ୍ରସଙ୍ଗ “ଆସ ହିସାବ କରିବା” ପାଠ୍ୟ ଯୋଜନା ରେ ଡ଼ିଆଁ ଗୁଣନ , ବାରମ୍ଵାର ମିଶାଣ, ଗୁଣନ କାର୍ଯ୍ୟରେ ଅମୂର୍ତ୍ତ ସୋପାନ ଏବଂ ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ସି.ଆର.ଏ ପ୍ରଣାଳୀ ମାଧ୍ୟମରେ ଗୁଣନ ସମ୍ପର୍କିତ ଆଦର୍ଶ ଶିକ୍ଷାଦାନ ଉପସ୍ଥାପନ କରିଥିଲେ । ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ, ରଜତବାଳା ଦାଶ, ସଂଯୁକ୍ତା ଦାଶ, ସରିତା ରଥ, ଶୁଭଦର୍ଶନୀ ପୁରୋହିତ ପ୍ରମୁଖ ଆଦର୍ଶ ଶିକ୍ଷାଦାନର ବିଭିନ୍ନ ପ୍ରମୁଖ ଦିଗ ଓ କୌଶଳ ସମ୍ପର୍କରେ ଗଠନ ମୂଳକ ଆଲୋଚନା କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଜ୍ୟୋତି ରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।