୧୨ ନମ୍ବର ଜୋନରେ ବିଜେଡ଼ିର ଜନସମ୍ପର୍କ ଯାତ୍ରା, ଯୋଗଦେଲେ ଆସିକା ସାଂସଦ

ଓଡ଼ିଆ ବାର୍ତ୍ତା /ଖଲ୍ଲିକୋଟ (ମାଧବ ବେହେରା): ରାଜ୍ୟ ବିଜେଡ଼ିର ନିଷ୍ପତି କ୍ରମେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୨ ନମ୍ବର ଜୋନରେ ଖଲ୍ଲିକୋଟ ବିଜେଡ଼ି ତରଫରୁ ଜନସମ୍ପର୍କ ଯାତ୍ରା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରାରେ ରାଜ୍ୟ କାଜୁ ନିଗମ ଅଧକ୍ଷ ସୁବାସ ମହାରଣା ଯୋଗ ଦେଇଥିଲେ। ଜନସମ୍ପର୍କ ଯାତ୍ରା ଖଲ୍ଲିକୋଟର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନିର୍ମଳଝରଠାରୁ ବାହାରି ବ୍ଲକର ମଥୁରା, କଞ୍ଚଣା, ତାଳପଡା, ନାଇକାଣିପଲ୍ଲୀ, ଦାନପୁର, ବି ଏନ ପୁର ଓ ବାଣିଆ, ଚିକିଲି ପଂଚାୟତ ପରିକ୍ରମା କରି ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ପଥପ୍ରାନ୍ତ ସଭା ମାଧ୍ୟମ ରେ ପଂଚାୟତବାସୀ ବିଜେଡ଼ି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କ ରେ ଆଲୋକପାତ କରିବା ସହ ପୁଣି ଥରେ ନବୀନଙ୍କ ହାତମୁଠା ଟାଣ କରିବା ପାଇଁ ବିଜେଡ଼ି ନେତା କର୍ମୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଜନସମ୍ପର୍କ ଯାତ୍ରାରେ ବିଜେଡ଼ି ବ୍ଲକ ସଭାପତି ଗଙ୍ଗାଧର ଖୁଣ୍ଟିଆ, ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ କଞ୍ଚଣା ଠାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ଜନସମ୍ପର୍କ ପଦଯାତ୍ରାର ଆଭିମୁଖ୍ୟ ଉଲ୍ଲେଖ କରି ନବୀନଙ୍କ ଦୀର୍ଘାୟୁ କାମନା କରି ଘରେ ଘରେ ଶଙ୍ଖ ବଜାଇ ବିଜେଡ଼ିକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦନା ସେଠି, ଖଲ୍ଲିକୋଟ ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ମଥୁରା ସରପଞ୍ଚ ମେହମତ ସେଠି, ତାଳପଡା ସରପଞ୍ଚ ମନୋଜ କୁମାର ସେଠି, ଯୁବ ବିଜେଡ଼ି ସମ୍ପାଦକ ଅରୁଣ କୁମାର ଖୁଣ୍ଟିଆ ଓ ଚିତ୍ତ ରଞ୍ଜନ ମାଝୀ, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ , ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ ସମେତ ସମସ୍ତ ମହିଳା ସରପଞ୍ଚ ସମିତି ସଭ୍ୟା ପ୍ରମୁଖ ବିଜେଡ଼ି ନେତା ଓ କର୍ମୀମାନେ ଯୋଗ ଦେଇ ଅଂଶଗ୍ରହଣ କରିଥିଲେ। ପଦଯାତ୍ରାର ଅନ୍ତିମ ଦିବସରେ କର୍ମୀ ଓ ନେତାମାନଙ୍କ ମହଲରେ ପ୍ରବଳ ଉତ୍ସାହ ଓ ଜନ ସମାଗମ ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.