କଳାହାଣ୍ଡି ଜିଲ୍ଲା ଆଦିସ୍କନ୍ଧ ସମାଜର ସାଙ୍ଗଠୈନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ରାଜିନ୍ଦ୍ର ଭୋଇ ସଭାପତି, ଲିଙ୍ଗରାଜ ଭୋଇ ସଂପାଦକ

କଳାହାଣ୍ଡି,୩/୬ : ଭବାନିପାଟଣା ବ୍ଲକ ସ୍ଥିତ ଇଚ୍ଛାପୁର ଆମ୍ବତୋଟା ଠାରେ ରବିବାର କଳାହାଣ୍ଡି ଜିଲ୍ଲା ଆଦିସ୍କନ୍ଧ ସମାଜର ଜିଲ୍ଲା ସ୍ତରୀୟ କର୍ମକର୍ତା ଚୟନ ହୋଇଯାଇଛି । ପରମାନନ୍ଦ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଏହି ସଂଗଠନ ଗଠିତ ହେବ ବା କେଉଁ ମାନଙ୍କ ପାଇଁ ଲାଗୁ ହେବ ତାହା ନିର୍ଣୟ କରାଗଲା । କେବଳ ଦେଶିଆ କନ୍ଧ ମାନଙ୍କୁ ନେଇ ଏହି କମିିଟିର ବିସ୍ତାର ହେବ ଏବଂ କେବଳ ଦେଶିଆ କନ୍ଧ ମାନଙ୍କ ପାଇଁ ହିଁ ସାମାଜିକ ସ୍ତରରେ ଆଇନ ଆଣି ପାରିବ ତଥା କାର୍ଯ୍ୟକାରୀ ପାଇଁ ଏହି ସଂଗଠନ ନିଷ୍ପତ୍ତି ନେଇ ପାରିବ । ଏଠାରେ ପରଜା ଜାତି ହସ୍ତକ୍ଷେପ ପାଇଁ ପ୍ରୟାସ କଲେ କିନ୍ତୁ ସେମାନଙ୍କୁ ସ୍ପଷ୍ଟ ଇଙ୍ଗିତ କରାଗଲା ଯେ ଏହା କେବଳ ଦେଶିଆ କନ୍ଧ ମାନଙ୍କର ସଂଗଠନ । ସେମାନେ କିଛିଯୁକ୍ତି କଲେ, କିନ୍ତୁ ପରବର୍ତୀ ମୁହୁର୍ତରେ ସେମାନେ ଓହରି ଯାଇଥିଲେ । ତାପରେ ପ୍ରତ୍ୟେକ ବ୍ଲକ ରୁ ପାଞ୍ଚ ଜଣ ଲେଖାଏଁ ଚୟନକର୍ତ୍ତା ସଭ୍ୟ ମାନଙ୍କ ନାମ ଦେଇଥିଲେ ଯେଉଁ ମାନେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲା କର୍ମକର୍ତା ଚୟନରେ ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭାପତି ଭାବେ ଶ୍ରୀଯୁକ୍ତ ରାଜେନ୍ଦ୍ର ଭୋଇ, ଉପ -ସଭାପତି ଶ୍ରୀଯୁକ୍ତ କଂସ ଜାନି, ଶ୍ରୀମତୀ ନଳିନୀ ଭୋଇ, ଶ୍ରୀଯୁକ୍ତ ପ୍ରକାଶ ମାଝୀ , ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲିଙ୍ଗରାଜ ଭୋଇ, ସହ-ସମ୍ପାଦକ ଶ୍ରୀଯୁକ୍ତ ହିମାଦ୍ରୀ ଭୋଇ, ଶ୍ରୀଯୁକ୍ତ ସଂଜୀବ ମାଝୀ, ଶ୍ରୀଯୁକ୍ତ ପୁରୁଷୋତ୍ତମ ମାଝୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ତଥା କାର୍ଯ୍ୟକାରୀ ସଦସ୍ୟ ହିସାବରେ ବୀରକମଳ ମଇଦାନ ସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ମାଝୀଙ୍କୁ ସର୍ବ ସମ୍ମତି ମନୋନୀତ କରାଗଲା । ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଶ୍ରୀଯୁକ୍ତ କିଶୋର ଭୋଇ, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ଶ୍ରୀଯୁକ୍ତ ପରମାନନ୍ଦ ମାଝୀ, ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ, ଶ୍ରୀଯୁକ୍ତ ଅରୂପାନନ୍ଦ ଭୋଇ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।  ନବ ନିର୍ବାଚିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ କିଶୋର ଭୋଇ ଶପଥପାଠ କରାଇଥିଲେ ।

Udyog Nursery
Udyogi Nursery

ଶେଷରେ ସଭାପତିଙ୍କ ଅନୁମତି କ୍ରମେ ଶ୍ରୀଯୁକ୍ତ ଡମ୍ବରୁଧର ମାଝୀ RBR YOUTUBE ବିରୁଦ୍ଧରେ ବିଷୋଦଗାର କରିଥିଲେ । ଉକ୍ତ ଚେନାଲର ମାଲିକ ତାଙ୍କ ଭିଡି଼ଓ ରେ ଦେଇଥିବା ମନ୍ତବ୍ୟ (ଯଥା -ରେଣ୍ଡୋମାଝୀଙ୍କୁ କଳାହାଣ୍ଡି ର ସ୍ୱାଧୀନତା ସଂଗ୍ରାମୀ ହିସାବରେ ଧରିନିଆଯାଉଛି ହେଲେ ପ୍ରକୃତ ସ୍ୱାଧୀନତା ସଂଗ୍ରାମୀ ହେଲେ ମଦନପୁର ରାମପୁର ର ରାଜା ବୀରେନ୍ଦ୍ର ପ୍ରତାପ ସିଂ ଦେଓ ……) ଉପରେ ତିବ୍ର ଅସନ୍ତୋଷ ପ୍ରକାଶକରି ଏହା ସମଗ୍ର କନ୍ଧ ସମାଜ ପ୍ରତି ଏକ ଅସମ୍ମାନ ଓ ବୀର ସହିଦ ରେଣ୍ଡୋ ମାଝୀଙ୍କୁ ଅପମାନିତ କରାଯାଇଛି ବୋଲି ଉପସ୍ଥାପନା କରିଥିଲେ ।

ଜିଲ୍ଲା କମିଟି ମାଧ୍ୟମରେ ଉକ୍ତ ଚେନେଲ ର ପ୍ରତିଷ୍ଠାତା ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆହ୍ୱାନ କରିଥିଲେ ଓ ଉପସ୍ଥିତ ଜନ ସଧାରଣ ତାକୁ ପ୍ରତିଶୋଧ ନେବା ପାଇଁ ଏକ ସ୍ୱରରେ ସମ୍ମତି ପ୍ରଦାନ କରିଥିଲେ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କଳାହାଣ୍ଡି ଜିଲ୍ଲା ପ୍ରତ୍ୟେକ ବ୍ଲକ, ପଂଚାୟତ ତଥା ଗ୍ରାମ ସ୍ତରରୁ କନ୍ଧ ମାନେ ଯୋଗ ଦେଇ କନ୍ଧ ସମାଜ କୁ ସଂଗଠିତ କରିବା ତଥା ଏକତ୍ରିତ ହୋଇ ସାମାଜିକ, ସାମ୍ବିଧାନିକ ଆଦି ଅଧିକାର ତଥା ନିଜ ହକର ଲଢେଇ ପାଇଁ ଅନେକ ଗଠନମୂଳକ ପ୍ରସ୍ତାବ ଦେଇଥିଲେ ।

 

ସ୍ୱତନ୍ତ୍ର ପ୍ରତିନିଧି ଡି.ଜି. ପ୍ରଧାନୀଙ୍କ ରିପୋର୍ଟ odaibarta.in

 

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.