ସୂର୍ଡା ଗାଁରେ ଦୁଆରସେନୀଙ୍କ ଛତର ଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସିନ୍ଧେକେଲା ବ୍ଲକ ଅନ୍ତର୍ଗତ ସୂର୍ଡା ଗାଁରେ ମା ଦ୍ଵାରସେନୀଙ୍କ ଛତାର ଯାତ୍ରା ତଥା ଡେଙ୍ଗ ସର୍ଗି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ସୁର୍ଡା ଠାରୁ କନର୍ଲା ପର୍ଯ୍ୟନ୍ତ ମାଙ୍କର ଡେ଼ଙ୍ଗ ଯାଇଥାଏ କିନ୍ତୁ ଚଳିତ ବର୍ଷ ମା’ ଦିବାକର ବେହେରାଙ୍କ ଦେହରେ ବିରାଜିତ ହୋଇ ଡିଆଟନ୍, କୁର୍ଲୁଭଟା ଠାରୁ ନିଜ ମନ୍ଦିର କୁ ଫେରିଥିଲେ । ଏହି ଯାତ୍ରାରେ ମାଙ୍କ ମୁଖ୍ୟ ପୂଜକ ଭାବେ ଦୂଳମଣୀ ମାଝି, କୀର୍ତ୍ତନ ଛତ୍ରିଆ, ଆତ୍ମାରାମ ମାଝି, ହଳନ୍ତ ମାଝି, କମେଶ୍ୱର୍ ବଗର୍ତ୍ତି, ପ୍ରଭାକର ମଝି, ସୁଜନ ମାଝି, ମାଧବ ଭାଟି, କପୂର୍ଚ୍ଚନ ଭୋଇ, କାର୍ତ୍ତିକ ବଛା, ଗୋବର୍ଦ୍ଧନ ମାଝି, ବୁଡୁ ମାଝି ପୀତବାସ ମାଝି ପ୍ରମୁଖ ସେବାୟତଙ୍କ ସମେତ ମା ଦ୍ୱାରସେନୀ କମିଟିର ସମସ୍ତ ସଦସ୍ୟ ସାମିଲ ଥିଲେ । ଶନିବାର ଦିନ ମାଙ୍କ ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମାଁ ଘରେ ଘରେ ଯାଇ ବନ୍ଧାପନା ପାଇଥିଲେ । ଏହି ଯାତ୍ରାରେ ମହାଗାଁ, କଡୋପଦ, ଆଲଣ୍ଡା , ଠେମେରା, ସିଲଣ୍ଡ ତଥା ଅନେକ ଗ୍ରାମର ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ କରିଥିଲେ। ଅଅଞ୍ଚଳବାସୀ ମାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିବା ସହି ନିଜର ଦୁଃଖ ପ୍ରକାଶ କରିଥାନ୍ତି ଓ ମା’ ସେମାନଙ୍କ ଦୁଃଖ ହରଣ କରୁଥିବା ବିଶ୍ୱାସ ରହିଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.