ଲୁକୁପାଲି ଗ୍ରାମରେ ଭାଇ ଜିଉଁତିଆ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସଦର ବ୍ଲକ ଟାନୱାଟ ପଂଚାୟତ ର ଲୁକୁପାଲି ଗ୍ରାମ ରେ ଭାଇଜିଉଁତିଆ ପାଳନ କରାଯାଇଛି | ଏହି ଅବସର ରେ ଗ୍ରାମ ର ଯୁବତୀ ପ୍ରତଃ ରୁ ଉପାସ ରହି ପୂର୍ବାହ୍ନ ରେ ବଜାଗଜା କରି ଗାଁ ର ଆରାଧ୍ୟ ଦେବୀ ଙ୍କୁ ପୂଜାର୍ଚନ କରିଥିଲେ | ତେବେ ଭାଇ ଏବଂ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନିବିଡ଼ କରିବା ପାଇଁ ଅନେକ ପ୍ରକାର ସାମାଜିକ ପରମ୍ପରା ଏବଂ ପର୍ବ ପାର୍ବଣ୍ୟ ରହିଛି । ସେଥିମଧ୍ୟରୁ ଭାଇ ନିଉଁତିଆ ଅନ୍ୟତମ । ଆଶ୍ୱିନ ମାସ ଶୁକ୍ଳପକ୍ଷରେ ଭଉଣୀ ମାନେ ନିର୍ଜଳା ଉପବାସ ରହି ନିଜ ଭାଇର ଦିର୍ଘାୟୁ କାମନା ନେଇ ଜଗତ ଜନନୀ ମା ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରିଥାନ୍ତି । ଏହି ବର୍ଷକର ପର୍ବକୁ ଭଉଣୀ ଏବଂ ଭାଇ ମାନେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଏହି ବ୍ରତକୁ କୁମାରୀ ବ୍ରତ ବୋଲି ମଧ୍ୟ କୁହାଯାଇଥାଏ । ସେହିପରି ନୂଆପଡ଼ା ଜିଲ୍ଲାରେ ଅନନ୍ୟା ପରମ୍ପରାରେ ଭାଇ ଜିଉଁତିଆ ପାଳିତ ହୋଇଥାଏ । ବାଦ୍ୟ ନୃତ୍ୟରେ ତାଳକୁ ତାଳ ଦେଇ ଭଉଣୀ ମାନେ ଡାଳଖାଇ ନୃତ୍ୟ ନାଚିଥାନ୍ତି । ସଂନ୍ଧ୍ୟାରେ ପର୍ବତ୍ର ପୂଜାମଣ୍ଡପ ନିର୍ମାଣ କରି ଦେବୀ ଦୁର୍ଗାଙ୍କୁ ପୂଜା କରିଥାନ୍ତି । ପରଦିନ କିପିଡ଼ିଆ ପିନ୍ଧାଇ ଭାଇଙ୍କୁ ଦିର୍ଘାୟୁ କାମନା କରିଥାନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.