ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ନୂତନ ଭାବେ ଯୋଗଦେଲେ ବିଡ଼ିଓ ଶଶାଙ୍କ ପାତ୍ର। ଶ୍ରୀ ପାତ୍ରଙ୍କ ଯୋଗଦାନ ସମୟରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ବିଡ଼ିଓ ଶଶାଙ୍କ ପାତ୍ର ପୂର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ କାର୍ଯ୍ୟରତ ଥିଲେ। ତେବେ ବିଡ଼ିଓ ଶ୍ରୀ ପାତ୍ର ବୁଧବାର ଦିନ ଲାଞ୍ଜିଗଡ଼ ବ୍ଲକରେ ଯୋଗଦେବା ପରେ ତାଙ୍କୁ ବ୍ଲକ ପକ୍ଷରୁ ସ୍ବାଗତ କରାଯାଇଥିଲା।