ନର୍ଲା ଦୁର୍ଗାପୂଜାର ଭଷାଣି ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସାର୍ବଜନୀନ ଦୁର୍ଗାପୂଜା ମଙ୍ଗଳବାର ପୂର୍ଣ୍ଣାହୁତି ପଡିବା ପରେ ଗତକାଲି ବୁଧବାର ଧୁମଧାମରେ ସ୍ଥାନୀୟ ରାଣୀବନ୍ଧ ଠାରେ ରାତି ୭ ଘଣ୍ଟା ସମୟରେ ମୂର୍ତ୍ତି ମାନଙ୍କ ଭଷାଣି ଅନୁଷ୍ଠିତ ହୋଇଯାଛି। ଅପରାହ୍ନ ୪ ଘଣ୍ଟା ସମୟରେ ମଣ୍ଡପ ରୁ ମା ଦୁର୍ଗାଙ୍କ ମୂର୍ତ୍ତି ସମେତ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ଗୁଡିକୁ ଏକ ସୁସଜ୍ଜିତ ଗାଡ଼ିରେ ଭବ୍ୟ ପଟୁଆରରେ ନେଇ ନର୍ଲା ଓ ଚାରିଛକ ନଗର ପରିକ୍ରମା କରିଥିଲେ । ଘୁମୁରା ଓ ଡିଜେ ବାଦ୍ୟରେ ପୂଜା କମିଟି ସଭାପତି ମୃତ୍ୟଞ୍ଜୟ ନାଗଙ୍କ ନେତୃତ୍ୱରେ କମିଟି ସଦସ୍ୟ ଓ ଶହଶହ ସଂଖ୍ୟାରେ ଜନ ସାଧାରଣ ପଟୁଆର ରେ ସାମିଲ ହୋଇ ନାଚଗୀତରେ ମସଗୁଲ ହୋଇଥିଲେ । ବାଣ ଓ ରୋଷଣୀରେ ନର୍ଲା ସହର ପ୍ରକମ୍ପିତ ହୋଇ ଉଠିଥିଲା। ନର୍ଲା ନଗର ସାରା ଶ୍ରଦ୍ଧାଳୁ ଭକ୍ତଙ୍କୁ ଅବିର ରଙ୍ଗ ଲଗେଇ ପ୍ରସାଦ ବଣ୍ଟନ କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ୨୦/୧୦ ଶୁକ୍ରବାର ଠାରୁ ବିଜୟା ଦଶମୀ ୨୪/୧୦ ଯାଏଁ ନର୍ଲାରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂଜା କର୍ତ୍ତା ଭାବରେ ସୁଜାତା ଚାନ୍ଦ ଓ ଅଜିତ ଚାନ୍ଦ ଦମ୍ପତି ଦାଇତ୍ୱ ନିର୍ବାହନ କରିଥିଲେ । ପୂଜକ ପଣ୍ଡିତ ଭାବରେ ଦୟାନିଧି ବିଶି ପୂଜନ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସୁନାସୀର ମିଶ୍ର, ସରୋଜ ମହାପାତ୍ର, ନୀରଜ ମହାପାତ୍ର ପ୍ରମୁଖ ପୂଜନ କାର୍ଯ୍ୟରେ ସହଯୋଗ କରିଥିଲେ। ମୃତ୍ୟୁଞ୍ଜୟ ନାଗ ପୂଜା ପରିଚାଳନା କମିଟିର ସଭାପତି ଭାବରେ ପୂଜା ପରିଚାଳନା କରିଥିଲେ। କମିଟିର ଉପସଭାପତି ଘାସିରାମ ସାହୁ, ସମ୍ପାଦକ ଦୀପୁ ପାତ୍ର, ସହସମ୍ପାଦକ କ୍ଷେତ୍ର ସାହାଣୀ, କୋଷାଧ୍ୟକ୍ଷ ଅନମୋଲ ଚାନ୍ଦ(ବଣ୍ଟୁ) ଙ୍କ ସମେତ ସୁନୀଲ ଚାନ୍ଦ, କୁଲୁ ଚାନ୍ଦ, କିଶୋର ମାଝୀ, ପୂର୍ଣ୍ଣ ପୂଝାରୀ, ପ୍ରଦୀପ ହଂସ(ବଡ), ରମେଶ ଗୌଡ଼, ରୋହିତ ମାଝୀ, ରାଜେନ୍ଦ୍ର ନାରାୟଣ ପୁଝାରୀ(ଟିମ୍ପୁ) ପ୍ରମୁଖ କମିଟିର ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ପାଞ୍ଚଦିନ ଧରି ଶୃଙ୍ଖଳିତ ଭାବରେ ପୂଜା ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.