ଆମେରିକା ବିମାନକୁ ଖସାଇବାକୁ ଚୀନର ଚେଷ୍ଟା

ପୁଣି ତେଜିଲା ଆମେରିକା-ଚୀନ ବିବାଦ ।  ତାଇବାନକୁ ନେଇ ଚୀନ-ଆମେରିକା ବିବାଦ ଦିନକୁ ଦିନ  ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ଦାବି କରିଛି, ଚୀନ ଦକ୍ଷିଣ ଚୀନ ସାଗରରେ ରୁଟିନ ଅପରେଶନ ଜାରି ରଖିଛି । ସେତିକି ନୁହେଁ, ଆମେରିକା ବୟୁସେନାର ବି-୫୨ ବିମାନକୁ  ରୋକିବାକୁ ଚେଷ୍ଟା କରିଛି ଚୀନ । ଏପରିକି ଆକାଶ ଛାତିରେ ଆମେରିକା ବିମାନକୁ ଧକ୍କା ଦେବା ଉଦ୍ୟମ କରୁଥିଲା ଚୀନ  ।  ଏହାକୁ ନେଇ ତାତିଛି ଆମେରିକା । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର କହିବା ଅନୁଯାୟୀ,ଚୀନର ଜେ-୧୧ ବିମାନର ପାଇଲଟ ଆମେରିକା ବୟୁସେନାର ବିମାନକୁ ବିନା କାରଣରେ ଏବଂ ତ୍ରୁଟିପୂର୍ଣ୍ଣ ଶୈଳୀରେ ଅଟକାଇବାକୁ ଚେଷ୍ଟା କରିଥିଲା ।ଚୀନ ବିମାନର ବେଗ ବହୁତ ଅଧିକ ଥିଲା । ଗୋଟିଏ ସମୟରେ ଦୁଇଟି ବିମାନ ମଧ୍ୟରେ ଦୂରତା ମାତ୍ର୧୦ ଫୁଟ ଥିଲା । ଏଠାରେ ବିମାନ ଧକ୍କା ଖାଇବାର ଯଥେଷ୍ଟ ଆଶଙ୍କା ଥିଲା ।

ଆମେରିକାର ଅଭିଯୋଗ ଯେ, ଚୀନର ଏହି ବିମାନ ଉଡାଉଥିବା ପାଇଲଟ ଅତ୍ୟନ୍ତ ଅସୁରକ୍ଷିତ ଏବଂ ତ୍ରୁଟିପୂର୍ଣ୍ଣ ଶୈଳୀରେ ଆମେରିକୀ ବିମାନର ଏକଦମ ନିକଟରେ ପହଞ୍ଚିଥିଲା ଏବଂ ଏହାର ରାସ୍ତା ଅଟକାଇବାକୁ ଚାହିଁଥିଲା । ଦୁଇଟି ବମାନ ଏକଦମ ନିକଟବର୍ତ୍ତୀ ହୋଇଥିଲେ ଏବଂ ଧକ୍କାରୁ ଅଳ୍ପକେ ବର୍ତ୍ତିଥିଲେ । ଏହି ଘଟଣା ବୁଧବାର ରାତିରେ ଘଟିଥିଲା । ଏହି ସମୟରେ ଭିଜିବିଲିଟି ମଧ୍ୟ ବହୁତ କମ ଥିଲା ।

ଆମେରିକା ଅଭିଯୋଗ କରିଛି, ଏପରି ଅଭିଯୋଗ ଅନ୍ତରାଷ୍ଟ୍ରୀୟ ବିମାନ ସୁରକ୍ଷା ନିୟମକୁ ଉଲ୍ଲଘଂନ କରୁଛି । ଏହା କେବଳ ଆମେରିକା ନୁହେଁ, ଯେ କୌଣସି ଦେଶର ରୁଟିନ ଅପରେଶନ ପାଇଁ ଘାତକ ହୋଇପାରେ ବୋଲି ଅଭିଯୋଗ ଆଣିଛି ଆମେରିକା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.