କଳାହାଣ୍ଡିରେ ପ୍ରାକ୍ ମୌସୁମୀ ବର୍ଷା : ଅନେକ ସ୍ଥାନରେ ଭାଂଗିଲା ଗଛ ଓ ବିଦ୍ୟୁତ ଖୁଣ୍ଟି

ତାପମାତ୍ରା ହ୍ରାସ ଯୋଗୁଁ ଜନଜୀବନ ଆସ୍ବସ୍ଥ : ଚାଷୀ ଖୁସି, ଆରମ୍ଭ ହେବ ଜମି କର୍ଷଣ

 

କଳାହାଣ୍ଡି,୩/୬ : ମୌସୁମୀ ବହୁଦୂରରେ ଥିବାବେଳେ କିଛି ଦିନ ହେଲା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ କାଳବୈଶାଖୀ ଓ ଖଣ୍ଡ ବର୍ଷା ହେବାରେ ଲାଗିଛି । ଆଜି ଜିଲ୍ଲାର ପ୍ରାୟ ସବୁ ବ୍ଲକରେ ବର୍ଷା ହୋଇ ମୌସୁମୀର ଆଗମନର ସୂଚନା ପ୍ରଦାନ କରିଛି । ପ୍ରଚଣ୍ଡ ରୌଦ୍ରତାପରୁ ଜନଜୀବନ ସାମାନ୍ୟ ଆସ୍ବସ୍ଥି ଲାଭ କରିଥିବାବେଳେ ଚାଷ ବାଷ ପାଇଁ ସଜବାଜ ହେଉଛି ଚାଷୀ । ତେବେ ପବନ ଓ ବଜ୍ରପାତ ଯୋଗୁଁ ଅନେକ ସ୍ଥାନରେ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳୁଛି ।

ଆଜିର ବର୍ଷା ପବନ କୋକସରା ବ୍ଲକରେ ତା’ର ପ୍ରଭାବ ଦେଖାଇଛି । କୁସୁମଖୁଣ୍ଟି NH 26 ଉପରେ  ଦୁଇଟି ଗଛ ପଡି ଯିବାରୁ ଭବାନୀପାଟଣା ଜୟପୁର ଯାତାୟାତ ବନ୍ଦରହିଥିଲା । ସେହିପରି ସ୍ୱତନ୍ତ୍ର ଭୂଅର୍ଜନ କାର୍ଯ୍ୟାଳୟ କୁସୁମଖୁଣ୍ଟି (S.L.O.) ଅଫିସ ସାମ୍ନାରେ ଏକ ବିଦ୍ୟୁତ ଖୁଣ୍ଟ ପଡି ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ବ୍ୟହାତ ହୋଇଛି ! ଖବର ପାଇ ମୋଟର ଫାଣ୍ଡି ଅଧିକାରୀ ଶେଖର ଜେନା ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ରାସ୍ତାରୁ ଗଛ ଓ ବିଦ୍ୟୁତ ଖୁଣ୍ଟି ହଟେଇବା ପରେ ଯାନ ବାହାନ ଯାତାୟତ ସ୍ବଭାବିକ ହୋଇଥିଲା ।

ଜୁନାଗଡରେ ଝଡ ତୋଫାନ ସହ ବର୍ଷା ହୋଇଛି । ବର୍ଷାର ମାତ୍ରା ଅଧିକ ଥିବାରୁ ଦିନେ ଦୁଇଦିନ ପରେ ମଧ୍ୟରେ ଜମିସବୁ କର୍ଷଣ ଉପଯୋଗୀ ହୋଇଯିବ ସେଥିପାଇଁ ଚାଷୀ ମାନଙ୍କ ମନରେ ଖୁସିର ଲହରୀ ଖଳିଯାଇଛି । ଏହି ବର୍ଷାରେ କୌଣସି ବଡ ଧରଣର କ୍ଷୟ କ୍ଷତି ହୋଇନଥିବା ଜଣାଯାଇଛି ।

 

କେସିଙ୍ଗା ବ୍ଲକର ଅନେକ ସ୍ଥାନରେ ବଡ ବଡ ଗଛ ସବୁ ଉପୁଡିପଡିଥିବା ଜଣାପଡିଛି । ବ୍ଲକର ପତରଖଣ୍ଡି ଠାରେ ବିଦ୍ୟୁତ ଖୁଣ୍ଟି ଉପରେ ଏକ ବମୁର ଗଛ ପଡିଯିବାରୁ ବିଦ୍ୟୁତ ଖୁଣ୍ଡ ଭାଙ୍ଗିଯିବା ସହ ବିଦ୍ୟୁତ ସରବରାହ ବନ୍ଦ ହୋଇପଡିଛି । ମ.ରାମପୁର ବ୍ଲକରେ ମଧ୍ୟ ଝଡ ବର୍ଷା ତା’ର ପ୍ରକୋପ ଦେଖାଇଛି । ବ୍ଲକର ବାଙ୍କେଲ ଟ୍ରାନ୍ସଫରମର ଉପରେ ଗଛ ପଡିଯିବାରୁ ଏହା ନଷ୍ଟ ଭ୍ରଷ୍ଟ ହୋଇପଡିବାସହ ଦୁଇଟି ବିଦ୍ୟୁତ ଖମ୍ବ ଭାଙ୍ଗିଯାଇଛି ।

ସେହିପରି ଜିଲ୍ଲାର ନର୍ଲା, ଲାଞ୍ଜିଗଡ, ଧର୍ମଗଡ, କଲମପୁର, ଜୟପାଟଣା, ଥୁଆମୂଲ ରାମପୁର, ଗୋଳାମୁଣ୍ଡା ଓ ଭବାନୀପାଟଣା ବ୍ଲକରେ ଖଣ୍ଡ ବର୍ଷା ହୋଇଛି । ଏସବୁ ଅଞ୍ଚଳରେ ଭାଗ ଭାଗ ହୋଇ ବର୍ଷା ହୋଇଥିବାରୁ ସବୁ ସ୍ଥାନରେ ବର୍ଷାର ମାତ୍ରା କମ ବେଶି ରହିଛି । ପବନର ପ୍ରଭାବରେ ଅନେକ ଯାଗାରେ ଗଛ ସବୁ ଉପୁଡି ପଡିଥିବାବେଳେ ମାଟିଘର ସବୁର ଆଂଶିକ କ୍ଷତି ହୋଇଥିବା ଦେଖାଯାଇଛି । ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇବା ସହ ଚାଷ ଆରମ୍ଭ କରିବା ପାଇଁ ଉତ୍ତମ ପାଗ ସୃଷ୍ଟି ହୋଇଛି ।

 

Report : Hiranya Behera (Koksara), Rakesh Bemal (Junagarh), Labani Rout (Dharmagarh), Nilesh Nag (Lanjigarh), Hemanta Sahu (M. Rampur), Niranjan Goud (Narla)Duryadhan Sahu (Kesinga), Tuleswar Behera (Kalampur) & Balkumar Sahu (Karlamunda) odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.