ଆଜି ଦ୍ୱିତୀୟ ଦିନରେ ନର୍ଲା ଗଜଲକ୍ଷ୍ମୀ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ନର୍ଲା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଛି । ଶନିବାର ପୂର୍ଣ୍ଣିମା ଦିନ ଠାରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଚନ୍ଦ୍ର ଗ୍ରହଣ ନେଇ ଶନିବାର ଅପରାହ୍ନ ୪ ଘଣ୍ଟା ରୁ ପୂଜା ରୀତି ନୀତି ବନ୍ଦ ରହିଥିଲା । ରବିବାର ସକାଳୁ ଦେବୀଙ୍କ ସ୍ନାନ ମାର୍ଜନା ପରେ ପୁଣି ପୂଜା ଆରମ୍ଭ ହୋଇଛି । ଲକ୍ଷ୍ମୀପୂଜା ନିମନ୍ତେ ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ସଂକୀର୍ତ୍ତନ ମଣ୍ଡଳୀ ଓ ବ୍ୟାଣ୍ଡ ବାଜା ସହ ୩୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମହିଳା ଭକ୍ତ ମାନେ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ । ଏହାପରେ ବିଲ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶନିବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଯାଇଛି ଲକ୍ଷ୍ମୀପୂଜା । ଏହା ୩୦/୧୦ ଯାଏଁ ଚାଲିବ ବୋଲି ସୂଚନା ମିଳିଛି। ନର୍ଲାରେ ବଣିକ ସଂଘ ତରଫରୁ ଗଜ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଥିବା ବେଳେ ବଣିକ ସଂଘ ନର୍ଲାର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ମହାନ୍ତି, ପୂରବ ଅଗ୍ରୱାଲ (ମଣ୍ଟୁ), ନିକୁଞ୍ଜ ଦତ୍ତା, ପ୍ରୀତମ ସାହୁ, ଗଲୁ ଖେତନ, ଆକାଶ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ମନୋଜ ମହାପାତ୍ର, ଶୁଭମ ଅଗ୍ରୱାଲ, ଦେବାଶିଷ ପଟ୍ଟନାୟକ, ଶୁଭମ ଜୈନ, ବିଜୟ ଅଗ୍ରୱାଲ, ଟିଟୁ ଚାନ୍ଦ୍, ସୁରେଶ ଅଗ୍ରୱାଲା, ସମୀର ଚାନ୍ଦ, ସଞ୍ଜୟ ପଣ୍ଡା, ରଞ୍ଜନ ଚାନ୍ଦ୍ ପ୍ରମୁଖ ଦାଇତ୍ୱରେ ରହି ପୂଜା ପରିଚାଳନା ରେ ସହଯୋଗ କରୁଥିବା ଜଣାପଡିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସର୍ଵ ସାଧାରଣ ଭକ୍ତଙ୍କ ପାଇଁ ଦିନ ୧୨ ଘଣ୍ଟା ସମୟରେ ଅନ୍ନ ପ୍ରାସାଦର ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.