ପୁଣି ତେଜିଲା ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବି; ନଭେମ୍ବର ୧୫ରେ ବନ୍ଦ ଡାକରା

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର (ନିଲେଶ କୁମାର ନାଗ): ଗୋଟିଏ ପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍‌ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି । ମିଳିତ କୋଶଳ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାସହ ପଶ୍ଚିମ ଓଡ଼ିଶାର ୧୦ରୁ ୧୧ ଜିଲ୍ଲାକୁ ବନ୍ଦରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଛି । ଦୀର୍ଘ ଦିନରୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ହେଉଥିବା ଦାବି ହେଉଥିବା ବେଳେ ପୁଣିଥରେ ଏବେ ଏହା ଜୋରଦାର ହୋଇଛି । ପଶ୍ଚିମାଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ଅବହେଳା, ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ଭଳି ପ୍ରସଙ୍ଗକୁ ନେଇ ଆସନ୍ତା ନଭେମ୍ବର ୧୫ରେ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଛି ।

Omkar Vasthu
Omkar Vasthu

ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି । ସେ କହିଛନ୍ତି, ‘ଏଥିରୁ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହେଲେ ବିରୋଧ ହେଉଛି । ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ହେଲେ ବିରୋଧ ହେଉଛି । ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ ହୋଇ ରହୁ ସରକାର ଚାହୁଁଛନ୍ତି ।’

Pearl dental clinic
Near Ashish Medical Store, Bhawanipatna

ସେପଟେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଦୁଇ କଳାକାରଙ୍କ ବ୍ୟକ୍ତିଗତ ଝଗଡ଼ାରୁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଅଭିନେତା ଅରିନ୍ଦମ୍ ରାୟ ଓ ଅନୁଭବ ମହାନ୍ତି ଆଗକୁ ଆସିଛନ୍ତି । ଘର କଳିକୁ ଘରେ ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ନିବେଦନ କରିଛନ୍ତି ଅରିନ୍ଦମ ଓ ଅନୁଭବ । ମନୋଜ ମିଶ୍ରଙ୍କୁ ବଡ଼ ଭାଇ ବୋଲି ସମ୍ବୋଧନ କରି ଏକାଠି ବସି ବିବାଦରେ ବିରାମ ଟାଣିବାକୁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି ଅରିନ୍ଦମ ଓ ଅନୁଭବ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.