ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ଗ୍ରାମ ପଞ୍ଚାୟତର ବକ୍ସି ବଜାର ଗ୍ରାମରେ ୭ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମୁକୁନ୍ଦ ପୌରହିତ୍ୟ କାର୍ଯ୍ୟ କରୁଥିବାବେଳେ କର୍ତ୍ତା ଦାୟିତ୍ଵ ଜଗତ ନାଏକ ନିର୍ବାହ କରୁଥିଲେ । ଏହି ଅବସରରେ ନାମ ସଙ୍କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୌତମ ଓ ବିରଞ୍ଚି ଭାଇଙ୍କ ତତ୍ବାବଧାନରେ ମନୋରଞ୍ଜନ ନିମନ୍ତେ ମେଲୋଡି କାର୍ଯକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । କମିଟି ସଭାପତି ପ୍ରସନ୍ନ ନାଏକ, ସମ୍ପାଦକ ରାଜୁ ନାଏକ, କୋଷାଧ୍ୟକ୍ଷ ବବୁଲୁ ନାଏକଙ୍କ ସହ କର୍ମକର୍ତ୍ତା ଭାବେ କୁନା, ସୁରଥ, ସୁମନ, ପବିତ୍ର, ସନ୍ତୋଷ, ରମଣୀ, ଧନେଶ୍ଵର, ବିଜୟ, ଉଗ୍ରସେନ, ଜୟନ୍ତ, କାଳିଆ, ଟିଟୁ, ପଞ୍ଚାନନ, କେଶବ, ସଞ୍ଜୟ, ସିଲୁ, ଦୀପକ, ଗୌତମ, ବିରଞ୍ଚି, ଲମ୍ବୋଦର, ଗୁଲ୍ଠୁ, କ୍ଷମାଙ୍କ ସହିତ ବକ୍ସି ବଜାରର ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ । ଶୁକ୍ରବାର କଳସଯାତ୍ରା ପରେ ଆରମ୍ଭ ହୋଇଥିବା ପୂଜା ସୋମବାର ଦିନ ପୂର୍ଣ୍ଣାହୁତି ପଡ଼ଛି ।