ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ଜିଲ୍ଲାସାରା ଉତ୍ସବର ମାହୋଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ନଭେମ୍ବର ୧ କଳାହାଣ୍ଡି ପ୍ରତିଷ୍ଠା ଦିବସ । ଏହି ପବିତ୍ର ଦିବସକୁ ନେଇ ଜିଲ୍ଲା ସାରା ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିର ସଦରମହକୁମା ଭବାନୀପାଟଣା ଆସି ପହଞ୍ଚିବେ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ତତ୍ପର ରହିଛି ଜିଲ୍ଲା ପ୍ରଶାସନ। ସମସ୍ତ ପ୍ରକାରର ପ୍ରସ୍ତୁତି ଏବେ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ରହିଛି। କଳାହାଣ୍ଡି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାୟ ୧୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବିଶେଷ ଗୁରୁତ୍ବ ବହନ କରୁଥିବା ବେଳେ ସେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବାସହ ସହିଦ୍ ରଣ୍ଡୋମାଝୀ ମେଡ଼ିକାଲ କଲେଜ, ଭବାନୀପାଟଣା ବସ୍ ଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.