ସଚିନ ପାଇଲଟ ଓ ସାରାଙ୍କ ପ୍ରେମ କାହାଣୀର ଅନ୍ତ

ଓଡ଼ିଆ ବାର୍ତ୍ତା/ ଜୟପୁର: ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ରାଜସ୍ଥାନର ପୂର୍ବ ଉପ ମୂଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ସାରାଙ୍କ ପ୍ରେମ କାହାଣୀର ଅନ୍ତ ଘଟିଛି । ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଦେଇଥିବା ଆଫିଡେଭିଟରେ ପାଇଲଟ ପତ୍ନୀଙ୍କ ନାମ ସ୍ଥାନରେ ଡାଇଭର୍ସଡ ଲେଖିଛନ୍ତି । ଯାହାକି ଏକ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି । ରାଜେଶ ପାଇଲଟଙ୍କ ପୁତ୍ର ସଚିନ ଓ ଫାରୁକ ଅବଦୁଲ୍ଲାଙ୍କ ଝିଅ ସାରାଙ୍କ ପ୍ରେମ କାହାଣୀ ବେଶ ରୋଚକ ଥିଲା । ସବୁ କିଛି ଲୁଚା ଛଫାରେ ହୋଇଥିଲା । ପ୍ରେମ ଲୁଚାରେ, ବିବାହ ଓ ଶେଷରେ ବିଚ୍ଛେଦ ବି.. । ସାରାଙ୍କୁ ପାଇବା ପାଇଁ ଦିନେ ସଚିନ ପରିବାର ସହ ବିଦ୍ରୋହ କରିବା ପାଇଁ ପଛାଇ ନ ଥିଲେ । ଅଲଗା ଅଲଗା ଧର୍ମର ହୋଇଥିବାରୁ ପରିବାର ଲୋକ ଏହି ବିବାହରେ ରାଜି ନ ଥିଲେ । ତାଙ୍କ ଜିଦ ଆଗରେ ଶେଷରେ ସେମାନେ ହାର ମାନିଥିଲେ । ଲଣ୍ଡନରେ ଉଭୟ ଏକତ୍ର ଗୋଟିଏ କଲେଜରେ ପଢ଼ୁଥିଲେ । ଆଖି ଓ ମନ ମିଶିଲା ଶେଷରେ ସେମାନେ ପ୍ରେମରେ ଛନ୍ଦି ହୋଇ ପଡିଥିଲେ । ବିବାହ ପରେ ଉଭୟ ପରିବାରଠାରୁ ଅଲଗା ରହିଥିଲେ । କିଛି ଦିନ ପରେ ଉଭୟଙ୍କ ପରିବାର ଲୋକ ପିଲାମାନଙ୍କ ଆଗରେ ହାର ମାନିଥିଲେ । ସେମାନଙ୍କ ୨ଟି ପୁଅ ଅଛନ୍ତି । ତାଙ୍କ ନାମ ହେଲା ଆରନ ଓ ବିହାନ । ଆଫିଡେଭିଟରେ ସଚିନ ତାଙ୍କ ପୁତ୍ରଙ୍କ ନାମ ଉଲ୍ଲେଖ କରିଛନ୍ତି । ଏଥିରେ ଜଣାପଡୁଛି ପିଲାମାନେ ତାଙ୍କ ପାଖରେ ରହିବେ । ୨୦୧୮ ବିଧାନସଭା ନିର୍ବାଚନ ପରେ ଶପଥଗ୍ରହଣ ଉତ୍ସବରେ ପାଇଲଟଙ୍କ ସମ୍ପୂର୍ଣ୍ଣ ପରିବାର ଉପସ୍ଥିତ ଥିଲେ । ଶ୍ୱଶୂର ଫାରୁକ ଅବଦୁଲ୍ଲା ମଧ୍ୟ ଉପସ୍ଥିତ ଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ବିବାହ ବିଚ୍ଛେଦର ପ୍ରକୃତ କାରଣ ଜଣାପଡି ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.