ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସଇଁତଲା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଆଟି ଶୁଭାଂଶୁ ନାୟକ ଓ ରଶ୍ମିତା ପ୍ରଧାନଙ୍କ ତତ୍ତ୍ୱବଧାନରେ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଶିକ୍ଷା ଅଧିନସ୍ଥ ଛନଛଡା, ଡୁମେରମୁଣ୍ଡା, ବ୍ଲକ କଲୋନୀ, ସଇଁତଲା, କନ୍ଦକେଲାଗାଁ ଓ ଭଦ୍ରା ନୂଆଁବସ୍ତିର ୬ ଗୋଟି କ୍ଲଷ୍ଟରର ୨୧୨ ଜଣ ଛାତ୍ରଛାତ୍ରୀଙ୍କୁ ଚକ୍ଷୁ ପରୀକ୍ଷା କରାଯଇଥିଲା। ଏଥିରେ ଟେକ୍ନିକାଲ ଅରବିନ୍ଦ ଆଚାର୍ଯ୍ୟ, ଟିଟିଲାଗଡ଼ ଏସସିଡି ଆଇ ହସ୍ପିଟାଲର ପରେଶ ବାଗ ଚକ୍ଷୁ ପରୀକ୍ଷା କରିଥିଲେ। ଏହି ସମୟରେ ବ୍ଲକ ଗୋଷ୍ଠୀ ଅଧିକାରୀ ଗୋବର୍ଦ୍ଧନ ଭୋଇ, ଡିପିଏମ ଉଷାରାଣୀ ଦାସ, ବିଇଓ ନାରାୟଣ ଭୋଇ, ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାର , ସେକ୍ସନ ଅଫିସର ଅର୍ଜୁନ ପାଣିଗ୍ରାହୀ, ବରିଷ୍ଠ ସହାୟକ ଅଶୋକ ସାମନ୍ତରାୟ, ସିଆରସିସି ହରି ନାଗ, ମନ୍ଦର ଦୀପ, ଉପେନ୍ଦ୍ର ବେହେରା, ପ୍ରମୋଦ ବୁଡ଼େକ, ଶେଷଦେବ ପ୍ରଧାନ, ଶିକ୍ଷୟିତ୍ରୀ ହିରଣ୍ମୟୀ ପୃଷେଠ, ପ୍ରଧାନ ଶିକ୍ଷକ ଗିରିଧାରୀ ବେହେରାଙ୍କ ସମେତ ସିଆରସିସି, ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ।