ପାହାଡ଼ପଦରଠାରେ ବିଶ୍ୱମୁଣ୍ଡ ବୁଡ଼ାରଜାଙ୍କ ବାର୍ଷିକ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ଉପାନ୍ତ ପାହାଡପଦର ପଞ୍ଚାୟତ ସାକିଡଂ ଗୁମ୍ଫାରେ ବିଶ୍ୱମୁଣ୍ଡ ବୁଢାରଜାଙ୍କ ବାର୍ଷିକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନଧରି ସାକଡିଂ ଗୁମ୍ଫାରେ ବିଶ୍ୱମୁଣ୍ଡ ବୁଢାରଜାଙ୍କ ବାର୍ଷିକ ଉତ୍ସବ ଚାଲିବ । ବିଶ୍ଵମୁଣ୍ଡ ବୁଢା ରଜାଙ୍କ କଳସ ଶୋଭାଯାତ୍ରାରେ ଆଖପାଖ ତଥା ପଡୋଶୀ ଜିଲ୍ଲାର ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ଅବାଳବୃଦ୍ଧବନିତା କଳସ ଯାତ୍ରାରେ ସାମିଲ ହୋଇ ବିଶ୍ଵମୁଣ୍ଡ ବୁଢ଼ାରଜାଙ୍କ ନିକଟକୁ ମହାଆଡମ୍ବରରେ ପୂଜାର୍ଚ୍ଚନା କରି ଆଣିଛନ୍ତି । ଲୋକଙ୍କ ବିଶ୍ୱାସ ଯେ, ବିଶ୍ଵମୁଣ୍ଡ ବୁଢା ରଜାଙ୍କ ପାଖରେ ଯାହାବି ମାନସିକ କରାଯାଇଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତଙ୍କ ଭିଡ଼ ପ୍ରତିବର୍ଷ ଦେଖିବାକୁ ମିଳିଥାଏ । ପାହାଡ଼ପଦର ବୁଢାରଜା ପୂଜାକମିଟି ଆନୁକୂଲ୍ୟରେ ହେଉଥିବା ଚଳିତ ବର୍ଷପୂଜା ଆଜି ଆରମ୍ଭ ହୋଇ ସପ୍ତମୀ ଦିନରେ ପୂର୍ଣ୍ଣାହୂତି ସହ ପୂଜା ଶେଷ ହେବ। ଏନେଇ ପୂଜା ପାଇଁ ଗ୍ରାମ ପଞ୍ଚାୟତ ତଥା ଆଖପାଖ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ଉତ୍ସର୍ବମୁଖ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ରାତିରେ ଲୋକଙ୍କ ମନରଞ୍ଜନ ପାଇଁ ଗୀତିନାଟ୍ୟ, ରେକର୍ଡ ଡ୍ୟାନ୍ସ ଭଳି ସଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ବୁଡୁ ନାଏକ,ଓ ଲୋକନାଥ ମାଝୀ ମନ୍ଦିର ମୁଖ୍ୟ ପୂଜକ ଦାଇତ୍ୱ ତୁଲାଉଥିବା ବେଳେ ଏଥିରେ ଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନୟନ୍ନ ପରିଷଦ ଅଧକ୍ଷ ଶିବାଜୀ ମାଝୀ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ଲାଞ୍ଜିଗଡ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ବିଭାର, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ନାଏକ, ବସନ୍ତପଡ଼ା ସରପଞ୍ଚ ତଥା କଂଗ୍ରେସ ନେତା ଚାଞ୍ଚେର ମାଝୀ, ସମାଜସେବୀ ରାଜେନ୍ଦ୍ର ମାଲି, ନରେନ୍ଦ୍ର ବେହେରାଙ୍କ ସମେତ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ। ବିଶ୍ୱମୂଣ୍ଡ ବୁଢାରଜା ପୂଜା କମିଟି ସଭାପତି ଜଗଦୀଶ ବେନିଆଁଙ୍କ ତତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ପୂଜା କମିଟି ଉପ ସଭାପତି କୁମର ନାଏକ, କୋଷାଧକ୍ଷ ବଳଭଦ୍ର ସାହୁ, କମିଟି ଉପଦେଷ୍ଟା ବୈଦ୍ୟନାଥ ନାଏକ, ଜଗଦୀଶ ପୁଟା, ମଧୁସୂଦନ ନାଏକ, ମାଧବ ନାଏକ, ଉଗ୍ରେସନ ବାଗ, ଲିଙ୍ଗରାଜ ଦୁର୍ଗା, ପରମେଶ୍ୱର ନାଏକ, ବନମାଳୀ ମାଝୀଙ୍କ ସମେତ କମିଟିର ସଦସ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.