ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ‘ଆମ ଓଡିଶା ନବୀନ ଓଡିଶା’ ଅଭିଯାନ । ରାଜ୍ୟ ସରକାରଙ୍କର ଏହି ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନାକୁ ନେଇ ନର୍ଲା ସମେତ ସମଗ୍ର କଳାହାଣ୍ଡି ବେଶ୍ ଉତ୍ସାହିତ ରହିଛି । ଆସନ୍ତାକାଲି ଶୁକ୍ରବାର କଳାହାଣ୍ଡି ଜିଲ୍ଲା ପାଇଁ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ତେଣୁ ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ଏନ ଜଗଜ୍ଜୀବନ ଚୌଧୁରୀ, ଏବିଡିଓ ଦେବେନ୍ଦ୍ର ସାମଲ, ଏଇ ବାଞ୍ଛାବଟ ପାଣ୍ଡେ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ଜିପିଇଓ କ୍ଷିତିଶ ଚନ୍ଦ୍ର ନାଏକ, ଭୋଳାନାଥ ଦାସ, ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ପୋଲିସ କର୍ମଚାରୀ, ବିଜେଡି ବ୍ଲକ ସଭାପତି ପରେଶ ପଧାନ, ସମ୍ପାଦକ ଭ୍ରମର ନାଗ, ବ୍ଲକ ଯୁବ ବିଜେଡି ସଭାପତି ବିଜୟ ଧଙ୍ଗଡାମାଝୀ, ଯୁବନେତା ହମେଶ ଜୈନ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ଶାନ୍ତପୁର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ପୂର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି, ଯୁବନେତା ଅର୍ଜୁନ ପଧାନ, ପୂର୍ଣ୍ଣଚନ୍ଦ୍ର ପୂଝରୀ, କିଶୋର ମାଝୀ, କିଶୋର ନାଏକ, ତସିଲ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତି ବ୍ୟବସ୍ଥାରେ ଲାଗିପଡିଥିବା ଦେଖିବାକୁ ମିଳୁଛି । ତୁଷୁରା ଗଡତିଆ ଟେଣ୍ଟହାଉସ ମଞ୍ଚ ସାଜସଜ୍ଜା ବ୍ୟବସ୍ଥା ପରିଚାଳନା କରୁଥିବା ଜଣାପଡିଛି । ସବୁଜ ମୟ ରଙ୍ଗରେ ଆଚ୍ଛାଦିତ ହୋଇଛି ସମଗ୍ର ଟେଣ୍ଟ । ବସିବା ପାଇଁ ଚୌକି ଗୁଡିକ ମଧ୍ୟ ସବୁଜ ରଙ୍ଗର ରହିଛି । ୫୦୦୦ ଲୋକଙ୍କ ସମାଗମ ପାଇଁ ବ୍ୟବସ୍ଥା ରହିଥିବା ବେଳେ ନର୍ଲା ଆରଡବ୍ଲୁ ଏସଏସ ବିଭାଗ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ଓ କନିଷ୍ଠ ଯନ୍ତ୍ରୀ ପ୍ରଭାତ ସେଠୀ ପାନୀୟ ଜଳର ବ୍ୟବସ୍ଥାରେ ରହିଥିବା ଜଣାପଡିଛି ।