କଲମପୁର ବଜାର ପଡିଆ ଠାରେ ଉନ୍ମୋଚିତ ହେଲା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି 

ଧର୍ମଗଡ,୩/୬ : ସାମ୍ବିଧାନିକ ଭାରତର ରାଷ୍ଟ୍ରପିତା, ବିଶ୍ଵରତ୍ନ, ଓବିସି ସମାଜ ର ସୃଷ୍ଟି କର୍ତ୍ତା, ଭାରତ ରତ୍ନ, ପ୍ରଥମ ଆଇନ ମନ୍ତ୍ରୀ, ବହୁଜନ ସମାଜର ସୃଷ୍ଟି କର୍ତ୍ତା ବୋଧିସତ୍ତ୍ୱ ଡ଼ଃ. ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ କଲମପୁର ମୂଖ୍ୟ ବଜାର ପଡିଆ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳମପୁର ତହସିଲଦାର ସ୍ମୁତି ରଞ୍ଜନ ମଲ୍ଲିକ, ମୁଖ୍ୟ ବକ୍ତା ଭାବରେ ଯୁଗେଶ୍ବର ସାଗର ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଆଇନ ଜୀବୀ ଦିଗାମ୍ବର ଦୁରିଆ, ଦୟାନିଧି ବାଗ, ରିପୁ ଦମନ ସୌରଭ ମିଶ୍ର, ମହେନ୍ଦ୍ର ସାହୁ, ଯତୀନ୍ଦ୍ର କର ପ୍ରମୂଖ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ନିଜ ବକ୍ତବ୍ୟରେ ବାବା ସାହେବ ଆମ୍ବେଦକର ଦଳିତ ନିଷ୍ପେସିତ ମାନଙ୍କ ପାଇଁ କଣ ସବୁ କରି ଯାଇଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ସୌରଭ ମିଶ୍ର ନିଜ ବକ୍ତବ୍ୟ ରେ ଜାତିବାଦ କଣ ଆଉ ମନୁବାଦ କଣ ସେ ବିଷୟରେ ଅତି ସୁନ୍ଦର ଭାବରେ ବୁଝାଇଥିଲେ । ଗାଁ ଆରମ୍ଭରୁ ଏକ ବିରାଟ ଶୋଭାଯାତ୍ରା କଳାହାଣ୍ଡିଆ ବାଜା, ନାଚ ଗୀତର ବହୁ ଆଡମ୍ବରର ସହିତ ହଜାରେରୁ ଉର୍ଦ୍ଧ କର୍ମକର୍ତ୍ତା ଓ ଆମ୍ବେଦକର ପ୍ରେମୀ ମାନେ ନଗର ପରିକ୍ରମା କରିସାରି ଡ଼ଃ.ଭୀମରାଓ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ ଓ ଭଗବାନ ବୁଦ୍ଧଙ୍କ ତ୍ରିଶରଣ ଗାନ କରି ଥିଲେ ।

Udyog Nursery
Udyogi Nursery

କଳମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ଦ୍ବାରା ଆୟୋଜିତ ଏରି ଭବ୍ୟ ସମାରୋହକୁ ଧର୍ମଗଡ ତରଫରୁ OBC, ST, SC, RELIGIOUS MINORITY ମିଳିତ ମଞ୍ଚ ସଙ୍ଘର ସମସ୍ତ କର୍ମ କର୍ତ୍ତା, ଭୀମ ଆର୍ମି ଲଡ଼ୁଗାଁ ର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ବିଭିନ୍ନ ଅଂଚଳରୁ ବହୁ ଆମ୍ବେଦକର ପ୍ରେମୀ, ଆମ୍ବେଦକର ବାଦୀ ଯୋଗଦେଇ ସହଯୋଗ କରିଥିଲେ ।

 

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.